ଅଜଣା ରୋଗରେ ମରୁଛନ୍ତି ଗୃହ ପାଳିତ ପ୍ରାଣୀ,ଅଞ୍ଚଳବାସୀ ଆତଙ୍କିତ

ନୀଳଗିରି,୨/୭(ଆ.ପ୍ର):ଅଜଣା ରୋଗରେ ମରୁଛନ୍ତି ଗୃହ ପାଳିତ ପ୍ରାଣୀ ।ଘଟଣା ପ୍ରଚାର ହେବାପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଅଧିନ ତେନ୍ତୁଳିଆ ପଞ୍ଚାୟତ ଅଧିନ ଚରଗଡ଼ି ଗ୍ରାମରେ କିଛି ଦିନଧରି ଗୋରୁ ଓ ଛେଳି ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। କଣ ପାଇଁ ଏଭଳି ମୃତ୍ୟୁ ହେଉଛି ଏନେଇ କିଛି କାରଣ ଖୋଜି ପାଉନଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଖବର ଦେବାପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ଆସିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବା ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ଉଚ୍ଚ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।