PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଫେକ୍ MMSକୁ ନେଇ ମୁହଁ ଖୋଲିଲେ ଅଞ୍ଜଳି, କହିଲେ…

ନୂଆଦିଲ୍ଲୀ ୧୨/୮: କଙ୍ଗନା ରାଣାୱତଙ୍କ ଶୋ ‘ଲକ୍ ଅପ’ରେ ନଜର ଆସିଥିବା ଅଞ୍ଜଳି ଅରୋରାଙ୍କ ଫ୍ୟାନ୍ ଫଲୋଇଂ ବହୁତ ଜବରଦସ୍ତ । ଅଞ୍ଜଳିଙ୍କ ‘ସେୟାଁ ଦିଲ ମେଁ ଆନା ରେ’ ଗୀତ ଏବେ ଭାଇରାଲ ହେବାରେ ଲାଗିଛି । ଗୀତ ରିଲିଜ୍ ହେବା ସହିତ ବିବାଦରେ ମଧ୍ୟ ଫସିଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଏହି ମେସେଜ୍ ସହିତ ଭାଇରାଲ ହେଉଛି କି ଏହା ହେଉଛି ଅଞ୍ଜଳିଙ୍କ ଏମଏମଏସ୍ (Anjali Arora MMS)।

ତେବେ ସମ୍ପୂର୍ଣ୍ଣ ଘଟଣାରେ ମୁହଁ ଖୋଲିଛନ୍ତି ଅଞ୍ଜଳି । ଏକ ଇଣ୍ଟରଭ୍ୟୁରେ ଏମଏମଏସ୍ ଭିଡିଓ କଥା କହି ଅଞ୍ଜଳି ଇମୋଶନାଲ୍ ହୋଇ କାନ୍ଦିପକାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଏହା ପ୍ରଥମ ଥର ନୁହେଁ, ଏମିତି ଅନେକ ଥର ତାଙ୍କ ସହିତ ଘଟୁଛି । ଏଥିପାଇଁ ତାଙ୍କ ପ୍ୟାରେଣ୍ଟ୍ସ ପୂର୍ବରୁ ମଧ୍ୟ ଅନେକ ଥର ଅଭିଯୋଗ କରିଛନ୍ତି ।

ଇଣ୍ଟରଭ୍ୟୁରେ ସେ କହିଛନ୍ତି କି ତାଙ୍କ ଫଟୋ ଏବଂ ତାଙ୍କ ନାଁ ଲଗାଇ କେହି ତାଙ୍କ ନାଁକୁ ଖରାପ କରୁଛି । ଏ ସମ୍ପର୍କରେ ସେ କିଛି ବି ଜାଣିନାହାଁନ୍ତି । ସେ କହିଛନ୍ତି କି ‘ସମସ୍ତଙ୍କର ଫ୍ୟାମିଲି ଅଛି, ମୋର ବି ଫ୍ୟାମିଲି ଅଛି । କାହିଁକି, ଏମିତି କାହିଁକି ହେଉଛି ? ମୁଁ କାହାର କଣ ବିଗାଡିଛି …..’ ଏତିକି କହି ସେ କାନ୍ଦି ପକାଇଲେ ।

କହିରଖୁଛୁ ଅଞ୍ଜଳି ଅରୋରା ‘କାଚା ବାଦାମ’ ଗୀତରେ ଡ୍ୟାନ୍ସ କରି ଭାଇରାଲ ହେବା ପରେ ସେ ବହୁତ ଚର୍ଚ୍ଚାରେ ଥିଲେ । ଏହା ସହ ସେ କିଛି ଟିଭି ପ୍ରୋଗ୍ରାମରେ ମଧ୍ୟ ଭାଗ ନେଇସାରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେ ଅନେକ ସମୟରେ ଜଲୱା ଦେଖାନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧୧ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି ।