PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା: ମିଳିଲା ମୃତଦେହ, ପୂର୍ବତନ ମନ୍ତ୍ରୀଙ୍କ ପୁଅ ସହିତ ୩ ଅଭିଯୁକ୍ତ ଗିରଫ, ମାଟିରେ ମିଶିଲା ରିସର୍ଟ

ଡେରାଡୁନ୍,୨୪।୯: ଉତ୍ତରାଖଣ୍ଡର ପୌଡି ଗଢଓ୍ବାଲାରେ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନିର୍ଦେଶରେ ଶୁକ୍ରବାର ରାତିରେ ଅଭିଯୁକ୍ତ ପୁଲକ ଆର୍ଯ୍ୟାର ରିସର୍ଟ ଉପରେ ବୁଲଡୋଜୋର ଚଢାଇ ଭାଙ୍ଗି ଦିଆଯାଇଛି। ପୁଲକିତ ହେଉଛି ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟାଙ୍କର ପୁଅ। ୧୯ ବର୍ଷୀୟ ଅଙ୍କିତା ତାଙ୍କ ରିସର୍ଟରେ ରିସେପସନିଷ୍ଟ ଭାବରେ କାମ କରୁଥିଲେ। ଏହି ମାମଲାରେ ପୁଲକିତଙ୍କ ସହିତ ରିସର୍ଟର ମ୍ୟାନେଜର ସୌରଭ ଭାସ୍କର ଓ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତା ଗିରପ ହୋଇଛନ୍ତି। ଏହି ତିନି ଜଣଙ୍କୁ ୧୪ ଦିନିଆ ଜୁଡିସିଆଲ କଷ୍ଟଡିକୁ ପଠାଯାଇଛି।

ଅଙ୍କିତା ୧୮ ସେପ୍ଟେମ୍ବରରୁ ନିଖୋଜ ଥିଲେ। ତାଙ୍କ ବାପା ରିସର୍ଟ ପହଁଞ୍ଚି କର୍ମଚାରୀଙ୍କୁ ପଚରା ଉଚରା କରିଥିଲେ। ଝିଅ ନିଖୋଜ ଥିବା କଥା ଜଣାପଡିବା ପରେ ସେ ଥାନାରେ ଏତାଲା ଦେଇଥିଲେ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ସନ୍ଧାନ ଆରମ୍ଭ ହୋଇଥିଲା। ପୋଲିସ ସନ୍ଦେହ ଆଧାରତରେ ପୁଲକିତଙ୍କୁ ପଚରା ଉଚରା କରିଥିଲା। ଅଭିଯୁକ୍ତ ଅଙ୍କିତାଙ୍କୁ ଗଙ୍ଗାରେ ଧକା ଦେଇଥିବା କଥା ସ୍ବୀକାର କରିଛି। ଏହାପରେ ରେସକ୍ୟୁ ଏଜେନ୍ସି ଅଙ୍କିତାଙ୍କ ମୃତଦେହକୁ ଚିଲ୍ଲା ପାଓ୍ବାର ପାଖରେ ଥିବା ଏକ  କେନାଲରୁ ଉଦ୍ଧାର କରିଛି। ଡିଜିପି ଅଶୋକ କୁମାର କହିଛନ୍ତି, ପୋଲିସ ନିଖୋଜ ମାମଲା ରୁଜୁ କରିଥିଲା। ୨୪ ଘଣ୍ଟା ଭିତରେ ଲକ୍ଷ୍ମଣ ଝୁଲା ପୋଲିସ ମୁଖ୍ୟ ଅଭିଯୁକ୍ତ ସହିତ ୩ ଜଣଙ୍କୁ ଗିରଫ କରିଛି।

ପଚରାଉଚରା ବେଳେ ପୁଲକିତ ଆର୍ଯ୍ୟା କହିଛି, ରିସେପସନିଷ୍ଟ ଭାବରେ କାମ କରୁଥିଲା ଅଙ୍କିତା ଭଣ୍ଡାରୀ ରିସର୍ଟରେ ଏକ ଅଲା ରୁମରେ ଥିଲା। କିଛି ଦିନ ଧରି ମାନସିକ ଅଶାନ୍ତିରେ ସେ ଥିଲେ। ଏହି କାରଣରୁ ୧୮ ସେପ୍ଟେମ୍ବରରେ ତାକୁ ଋଶିକେଶ ବୁଲାଇବାକୁ ଆଣିଥିଲେ। ବିଳମ୍ବିତ ରାତିରେ ସମସ୍ତେ ସେଠାରୁ ଫେରିଥିଲୁ। ଏହାପରେ ସମସ୍ତେ ରିସର୍ଟର ଅଲଗା ଅଲଗା ରୁମ୍‌କୁ ଶୋଇବାକୁ ଯାଇଥିଲୁ। ୧୯ ତାରିଖ ସକାଳେ ଅଙ୍କିତ ନିଖୋଜ ଥିଲା। ପୋଲିସ ତଦନ୍ତରେ ଏହି କଥା ମିଛ ପ୍ରମାଣିତ ହୋଇଥିଲା। ଏସ୍‌ଡିଆରଏଫ୍‌ର ଜଣେ ଅଧିକାରୀ କହିଛନ୍ତି, ମୃତଦେହ ନମିଳିବା ପରେ ଅଙ୍କିତାଙ୍କ ପରିବାର ଲୋଙ୍କୁ ଡକାଯାଇଥିଲା। ସେମାନେ ମୃତଦେହର ଚିହ୍ନଟ କରିବା ପରେ ତାଙ୍କ ଶରୀରକୁ ଋଷିକେଶ ଏମ୍ସ ନିଆଯାଇଛି।

ପୋଲିସ ପ୍ରଥମେ ରିସର୍ଟ କର୍ମଚାରୀଙ୍କୁ ପଚରା ଉଚରା କରିଥିଲା। ସେ କହିଥିଲେ, ଋଷିକେଷ ଯିବା ସମୟରେ ଅଙ୍କିତା ଏହି ଲୋକଙ୍କ ସହିତ ଥିଲେ, କିନ୍ତୁ ଫେରିନଥିଲେ। ପୋଲିସ ଋଷିକେଶ ଯିବା ବେଳେ ରାସ୍ତାରେ ଥିବା ସିସିଟିଭି ଫୁଟେଜ୍ ଚେକ୍ କରିଥିଲା। ଏଥିରେ ଦେଖିବାକୁ ମିଳୁଛି ଯିବା ବେଳେ ୪ ଜଣ ଥିଲେ, କିନ୍ତୁ ଆସିବା ବେଳେ ୩ ଜଣ ଥିଲେ। ଏହାପରେ ପୋଲିସ ୩ ଅଭିଯୁକ୍ତଙ୍କଠାରୁ କଥା ଆଦାୟ କରିବାକୁ ପୁଣି ପଚରା ଉଚରା କରିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି, ସେମାନେ ତିନି ଜଣ ଅଙ୍କିତାକୁ ନେଇ ବ୍ୟାରେଜ୍ ଯାଇଥିଲେ। ସେଠରେ ମଦ ପିଇଥିଲେ। ଏହାପରେ ଅଙ୍କିତା ଧମକ ଦେଇଥିଲେ ସେ ସମସ୍ତଙ୍କୁ କହିଦେବେ ଯେ, ପୁଲକିତ ତାଙ୍କ ରିସର୍ଟରେ କଷ୍ଟମରଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି। ଏହା ଭିତରେ ପୁଲକିତର ମୋବାଇଲ ଅଙ୍କିତା ଫୋପାଡି ଦେଇଥିଲା। ଏହାକୁ ନେଇ ଦୁଇଜଣଙ୍କ ଭିତରେ ଝଗଡ ଆରମ୍ଭ ହୋଇଥିଲା। ତିନି ଜଣକ ମିଶିକି ରାଗରେ ଅଙ୍କିତାଙ୍କୁ ଧକ୍କା ଦେଇ ଗଙ୍ଗା ନଦୀକୁ ପେଲି ଦେଇଥିଲେ। ଏହାପରେ ୩ ଅଭିଯୁକ୍ତ ରିସର୍ଟ ଆସିଥିଲେ।