ନୂଆଦିଲ୍ଲୀ : ତୁମେ କ’ଣ ପିନ୍ଧିଛ ? କେବେ ତୁମର ପିରିୟର୍ସ ହୋଇଥିଲା ? ଏମିତି ଅନେକ ଖରାପ କଥା ସାର୍ ମୋତେ କୁହନ୍ତି । ତାହା ପୁଣି ରାତି ୧୦ଟା ପରେ ଫୋନ୍ କରି । ମୁଁ ଯଦି କଥା ନ ଶୁଣେ ତାହେଲେ ମୋତେ ଅନେକ ଗାଳି କରିବା ସହ ଦିଅନ୍ତି ଧମକ । ଚେନ୍ନାଇର ଆନ୍ନା ବିଶ୍ବବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ । ପ୍ରଫେସର ଏ. ଜ୍ଞାନବେଲ ବାବୁଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଯାହାକୁ ନେଇ ଏବେ ବିଶ୍ବ ବିଦ୍ୟାଳୟରେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି ।

ପୀଡ଼ିତା ଜଣକ କହିଛନ୍ତି, ମୁଁ ଗରୀବ ପରିବାରରୁ ଆସିଛି । ମୋ ପରିବାର ବହୁ କଷ୍ଟରେ ମୋତେ ପାଠ ପଢ଼ନ୍ତି । ମୁଁ ଯେତେବେଳେ ଦ୍ବିତୀୟ ବର୍ଷରେ ପଢ଼ୁଥିଲି ସେତେବେଳେ ସାର ମୋ କଥା ଶୁଣିବା ପରେ ମୋତେ ସାହାର୍ଯ୍ୟ କରିବା ପାଇଁ ହାତ ବଢ଼ାଇଥିଲେ । ମାତ୍ର ପରେ ଏହାର ଫାଇଦା ଉଠାଇବା ପାଇଁ ପ୍ରୟାର ଆରମ୍ଭ କରିଦେଲେ । ସବୁବେଳେ ରାତିରେ ଫୋନ କରି ବହୁ ଖରାପ କଥା କୁହନ୍ତି । ଏମିତିକି ମୋତେ ବାହା ହେବାକୁ ମଧ୍ୟ ବାରମ୍ବାର ପ୍ରସ୍ତାବ ଦେଉଥିଲେ । ମୁଁ ତାଙ୍କର ଏଭଳି କଥା ହେବାକୁ ବିରୋଧ କରିବାରୁ ମୋତେ ଟଙ୍କା ଯାଚିଥିଲେ । ବାରମ୍ବାର ଫୋନ୍ କରୁଥିବାବେଳେ ମୁଁ ତାଙ୍କୁ ବ୍ଲାକଲିଷ୍ଟରେ ପକାଇଥିଲି । ତଥାପି ସେ ମୋ ପିଛା ଛାଡ଼ିନଥିଲେ । ଅନ୍ୟ ସିମ୍ ଏବଂ ତାଙ୍କ ଘର ଲୋକଙ୍କ ଫୋନରୁ ମୋତେ ନିୟମିତ ଫୋନ୍ କରି ଅନେକ ଅଶାଳୀନ ଭାଷାରେ କଥା ହୁଅନ୍ତି ।

ଏପରିକି ମୁଁ ଯେତେବେଳେ ଅଲଗା ନମ୍ବରରୁ ଫୋନ୍ ଉଠାଇଲିନି ସେତେବେଳେ ଖରାପ ମେସେଜ ମଧ୍ୟ କରିବା ଆରମ୍ଭ କରିଦେଲେ । ଶେଷରେ ହାରିଯାଇ ମୁଁ କଲେଜ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଛି । ତଥାପି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଛାତ୍ରମାନେ ବିଶାଳ ଶୋଭାଯାତ୍ରା କରିବା ସହ ପ୍ରତିବାଦ କରିଛନ୍ତି । ପ୍ରଫେସରଙ୍କୁ ନିଲମ୍ବନ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି । ସେପଟେ ପୁଲିସ ଏକ ମାମଲା ମଧ୍ୟ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢ଼ନ୍ତୁ : ଧୋନୀଙ୍କ ପ୍ରଂଶସା କଲେ ଯୁବରାଜଙ୍କ ବାପା, କହିଲେ ସେ ଜଣେ ଚମତ୍କାର ଖେଳାଳି