ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲାଗି ଆଇପିଏଲରେ କେବଳ ନିଜର ଖେଳ ଜାରି ରଖିଛନ୍ତି । ଲଗାତାର ଚର୍ଚ୍ଚା ହେଉଛି କି, ଚଳିତବର୍ଷ ଅବସର ଘୋଷଣା କରିପାରନ୍ତି । ଦୁଇବର୍ଷ ହେବ ଏଭଳି ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଧୋନି ଚଳିତବର୍ଷ ଅଭ୍ୟାସ ଜାରି ରଖିଥିବାବେଳେ ଯୁବ ଖେଳାଳିଙ୍କ ଭଳି ନିଜର ଫିଟନେସ ରଖିଛନ୍ତି । ଆଉ ତାଙ୍କ ଅବସର ଘୋଷଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର ଯୋଗରାଜ ସିଂହ । ପୂର୍ବରୁ ଧୋନୀଙ୍କୁ ସମାଲୋଚନା କରୁଥିବାବେଳେ ଯୁବରାଜଙ୍କ ବାପା ଏବେ ମାହିଙ୍କ ପ୍ରଂଶସା କରିଛନ୍ତି । ସେ କହିଛନ୍ତି କି, ଆହୁରି ୧୦ ବର୍ଷ ଖେଳନ୍ତୁ ଧୋନି ।

ଏକ ଇଣ୍ଟରଭିୟ୍ୟୁରେ କହିଛନ୍ତି କି, ଧୋନି ଆହୁରି ୧୦ ବର୍ଷ ପର୍ଯ୍ୟନ୍ତ ଖେଳିବା ଉଚିତ ବୋଲି କହିଛନ୍ତି । ନିଜର କଠିନ ପରିଶ୍ରମ ଏବଂ ଶୃଙ୍ଖଳା ପାଇଁ ଆଜି ମଧ୍ୟ ଫିଟନେସକୁ ବଜାୟ ରଖିଛନ୍ତି । ତାଙ୍କ ପ୍ରଦର୍ଶନ ମଧ୍ୟ ଦମଦାର ରହିଛି । ତାଙ୍କୁ ଅବସର ନେବାକୁ ଲୋକ କହୁଥିବା କିଏ ? କ୍ରିକେଟ ଦୃଷ୍ଟିକୋଣରୁ ଧୋନୀଙ୍କୁ ସଲାମ କରିବା ଉଚିତ ।

କହି ରଖୁଛୁ କି, ଧୋନୀଙ୍କ ସମାଲୋଚକଙ୍କ କଥା ଯେବେ ସବୁବେଳେ ଆଗରେ ଆସେ ଯୋଗରାଜ ସିଂହଙ୍କ ନାଁ । ଯୁବରାଜଙ୍କୁ ଦଳରେ ସୁଯୋଗ ନମିଳିବା ହେଉ ବା ଅବସର, ସବୁବେଳେ ଧୋନୀଙ୍କୁ ସମାଲୋଚନା କରି ଖବରରେ ରହିଥିଲେ ଯୋଗରାଜ । ମାତ୍ର ୨୦୨୬ ଆଇପିଏଲ ସିଜିନ ଆରମ୍ଭ ହେବା ପୂର୍ବରୁ ଧୋନୀଙ୍କ ପ୍ରଂଶସାରେ ଶତମୁଖ ହୋଇଛନ୍ତି ।

​​​​​​​

ସେପଟେ ଆମେ ଯଦି ଧୋନୀଙ୍କ ସମ୍ପର୍କରେ କହିବା ତାହେଲେ ସେ ଦଳର ଫିନିସର ଦାୟିତ୍ବ ତୁଲାଇବେ । ମାତ୍ର ସେ ୬-୭ ନମ୍ବରରେ ବ୍ୟାଟିଂ ଆସୁଛନ୍ତି । ଫ୍ୟାନ୍ସମାନେ ତାଙ୍କ ମଧ୍ୟକ୍ରମ ବା ଉପରେ ବ୍ୟାଟିଂ କରନ୍ତୁ ବୋଲି ବାରମ୍ବାର ଦାବି କରୁଛନ୍ତି । ଆଣ୍ଠୁ ସମସ୍ୟାରେ ଜୁଝି ହେଉଥିବା ଧୋନୀ ଦଳରେ କେଉଁ ଭୂମିକା ଗ୍ରହଣ କରିବେ ଏହା ଉପରେ ଫ୍ୟାନ୍ସଙ୍କ ନଜର ରହିଥିବାବେଳେ ସଞ୍ଜୁଙ୍କ ଉପରେ ମଧ୍ୟ ନଜର ରହିଛି । 

ଏହାସହ ପଢ଼ନ୍ତ : ମାଇଁ ପ୍ରେମରେ ପାଗଳ ଭଣଜା, ମାମୁଁକୁ ମାରିଦେଲା