PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଫ୍ରାନ୍ସ ବୁଲିବାକୁ ଯାଇଥିଲେ ଅନ୍ନୁ କପୁର: ସବୁକିଛି ଲୁଟି ନେଲେ ଚୋର, ଭିଡିଓ ସେୟାର କରି ଦୁଃଖ ବଖାଣିଲେ ଅଭିନେତା

ନୂଆଦିଲ୍ଲୀ ୨୩/୦୬: ଅନେକ ଥର ବଲିଉଡ ଅଭିନେତାମାନେ ବିଦେଶ ଯାଇ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବର୍ତ୍ତମାନ ଅନ୍ନୁ କପୁର ମଧ୍ୟ ଅସୁବିଧାରେ ଅଛନ୍ତି। ଫ୍ରାନ୍ସର ରାଜଧାନୀ ପ୍ୟାରିସ ନିକଟରେ ତାଙ୍କ ସହ ଡକାୟତି ହୋଇଛି। ଅଭିନେତା ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି।

ପ୍ୟାରିସରେ ତାଙ୍କଠାରୁ ପୁରା ବ୍ୟାଗ୍ ଛଡ଼ାଇ ନିଆଯାଇଛି ବୋଲି ଅନ୍ନୁ କହିଛନ୍ତି। ବ୍ୟାଗରେ ଆଇପ୍ୟାଡ୍, କ୍ରେଡିଟ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ ଭଳି ଜିନିଷ ରହିଥିଲା । ଯଦିଓ କିଛି ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ, କିନ୍ତୁ ତାଙ୍କ ବ୍ୟାଗ ହାତରୁ ଚାଲିଯାଇଥିଲା। ଏହା ପରେ ଅନ୍ନୁ କପୁର ୟୁରୋପରେ ଯାତ୍ରା କରୁଥିବା ଲୋକଙ୍କୁ ସେମାନଙ୍କର ଜିନିଷର ଯତ୍ନ ନେବାକୁ କହିଛନ୍ତି।

ଅନ୍ନୁ କପୁର ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି, ‘ମୋର ପ୍ରାଡା ବ୍ୟାଗ ଚୋରି ହୋଇଯାଇଛି। ଯେଉଁଥିରେ ବହୁ ସ୍ୱିସ୍, ଫ୍ରାଙ୍କ୍ ଏବଂ ୟୁରୋ ରହିଥିଲା, ମୋର ଏକ ଆଇପ୍ୟାଡ୍, ଡାଏରୀ ଏବଂ କ୍ରେଡିଟ୍ କାର୍ଡ ଥିଲା। ସେମାନେ ସବୁକିଛି ନେଇଗଲେ। ଯେତେବେଳେ ଆପଣ ଫ୍ରାନ୍ସକୁ ଆସିବେ ସାବଧାନ ରହିବେ। ଅନ୍ନୁ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଅନ୍ନୁ କପୁରଙ୍କ ପାସପୋର୍ଟ ତାଙ୍କ ପାଖରେ ରହିଯାଇଛି। ଅନ୍ନୁ ଫ୍ରାନ୍ସ ବୁଲିବା ପାଇଁ ପ୍ଲାନ୍ କରି ଆସିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ଯାତ୍ରା ଖରାପ ହୋଇଯାଇଛି। ସେ କହିଛନ୍ତି, ‘ମୁଁ ୟୁରୋପ ଟୁରରେ ଆସିଥିଲି କିନ୍ତୁ ଫ୍ରାନ୍ସରୁ ମୋର ବ୍ୟାଗ ଏବଂ ଗ୍ୟାଜେଟ ଚୋରି ହୋଇଗଲା।’ ଏହା ସହିତ ଅନ୍ନୁ ଫ୍ରାନ୍ସର ଅଧିକାରୀ, ମନ୍ତ୍ରୀ ଏବଂ ଭାରତର ଦୂତାବାସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ସମ୍ବନ୍ଧିତ ଖବର