PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

‘କଥା’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୯ା୨(ବ୍ୟୁରୋ): ଓଡ଼ିଆ ଗଳ୍ପ ପତ୍ରିକା ‘କଥା’ର ୩୨ତମ ବାର୍ଷିକ ଉତ୍ସବ ଓ ନବପ୍ରତଭିା ପୁରସ୍କାର ଜୟଦେବ ଭବନରେ ଅନୁଷ୍ଠତି ହୋଇଯାଇଛ ।ି ଉତ୍ସବରେ ମୁଖ୍ୟଅତଥିି ଭାବେ ଲେଖକ ତଥା ସାହିତ୍ୟ ଏକାଡେମୀର ଉପସଭାପତି ମାଧବ କୌଶିକ ଯୋଗଦେଇ କହିଲେ, ଭାରତ ବର୍ଷରେ ଯେତେ ସାହିତ୍ୟ ରଚନା ହେଉଛି ସବୁଥିରେ ପ୍ରେମ ଓ ବିଦ୍ରୋହ ହିଁ ଦେଖିବାକୁ ମିଳିଥାଏ । ପ୍ରେମମାନେ ଜୀବନର ସଂଘର୍ଷମୟ ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରି ଲେଖିବା । ଆଉ ବିଦ୍ରୋହମାନେ ଲେଖାରେ ପରିବର୍ତ୍ତନ ସ୍ୱର ରହିବା । ଲେଖକଙ୍କୁ ନଜି ଆକାଂକ୍ଷା ମାର ିଅନ୍ୟର ଆକାଂକ୍ଷାକୁ ଲେଖାରେ ପ୍ରତପିାଦତି କରବିାକୁ ହେବ । ବିଶିଷ୍ଟ ହିନ୍ଦୀ କଥାକାର ଓ ଭାରତୀୟ ଜ୍ଞାନପୀଠର ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ ଯୋଗଦେଇ ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ପତ୍ରିକାର ମୁଖ୍ୟ ସମ୍ପାଦକ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । କଥାର ସମ୍ପାଦକ ଗୌରହରି ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ବାଦର ସହପ୍ରବନ୍ଧକ ଆଶିଷ କୁମାର ଗଡ଼ନାୟକ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କଥାର ବାର୍ଷିକ ସଂଖ୍ୟା, ପୁସ୍ତକ ନିର୍ବାଚିତ କଥା ଓ ‘ପ୍ରେମ କଥା’ ଦ୍ୱିତୀୟ ପର୍ବକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଶେଷରେ କଥାରେ ଗଳ୍ପ ପ୍ରକାଶ ପାଇଥିବା ୧୦ ଜଣ ନବପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।