PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ସ୍ପାଇସଜେଟ୍‌ର ଆଉ ଏକ ବିମାନରେ ଯାନ୍ତ୍ରୀକ ତ୍ରୁଟି, ମୁମ୍ବାଇରେ ଜରୁରୀ ଅବତରଣ: ୧୭ ଦିନରେ ଅଷ୍ଟମ ମାମଲା…

ମୁମ୍ବାଇ ୦୫/ ୦୭: ସ୍ପାଇସଜେଟ୍‌ ବିମାନର ଆଉ ଏକ ବିମାନ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଛି । କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ୍‌ର ଯାତ୍ରୀବାହୀ ବିମାନ SG-3324 ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ କିଛି ଯାନ୍ତ୍ରୀକ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ ପାଇଲଟ । ସାଇଡ୍‌ ଓ୍ବିଣ୍ଡସିଲଡ୍‌ର ବାହାର ପଟ ଭାଙ୍ଗିଯାଇଥିବା ଜଣାପଡିଥିଲା । ଯାହା ପରେ ବିମାନଟିକୁ ତୁରନ୍ତ ଅବତରଣ କରିବାକୁ ପଡିଥିଲା । ସୁରକ୍ଷିତ ଭାବେ ବିମାନକୁ ଲ୍ୟାଣ୍ଡ କରାଯାଇଥିବା ଜଣାପଡିଛି । ଏହା ସହିତ ବିମାନରେ ଥିବା ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଥିବା ଜଣାପଡିଛି ।

ଏହାକୁ ନେଇ ସ୍ପାଇସଜେଟ୍‌ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ‘ସ୍ପାଇସଜେଟ୍‌ର ଯାତ୍ରୀବାହୀ ବିମାନ SG-3324 କାଣ୍ଡଲାରୁ ମୁମ୍ବାଇ ଉଡାଣ ଭରିଥିଲା । ମଝି ଆକାଶରେ ଏଫଏଲ୍-୨୩୦ରେ ପି-୨ ସାଇଡ୍‌ ଓ୍ବିଣ୍ଡଶିଲ୍ଡରେ ଫାଟ ଦେଖିବାକୁ ମିଳିଥିଲା । ଏହା ପରେ ପାଇଲଟ ଜରୁରୀ ଅବତରଣ କରାଇଥିଲେ । ଯାଞ୍ଚ ଟିମ ଏହାକୁ ଠିକ୍‌ କରିବାରେ ଲାଗିଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି’।

ସୂଚନାଯୋଗ୍ୟ, ଆଜି ସକାଳେ ମଧ୍ୟ ଦିଲ୍ଲୀରୁ ଦୁବାଇ ଯାଉଥିବା ଏକ ସ୍ପାଇସଜେଟ୍‌ ବିମାନ ପାକିସ୍ତାନରେ ଜରୁରୀ ଅବତରଣ କରିଛି । ଫ୍ୟୁଲ୍‌ ଟାଙ୍କିରେ କିଛି ସମସ୍ୟା ଦେଖାଯିବା ଯୋଗୁଁ ପାକିସ୍ତାନର କରାଚୀ ବିମାନ ମନ୍ଦରରେ ଜରୁରୀ ଅବତରଣ କରିଥିଲେ ପାଇଲଟ୍‌ । ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଥିଲା । ବଡ କଥା ହେଉଛି ଗତ ୧୭ ଦିନ ମଧ୍ୟରେ ସ୍ପାଇସଜେଟ୍‌ର ୬ଟି ବିମାନରେ ଯାନ୍ତ୍ରୀକ ତ୍ରୁଟି ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ବିମାନ ଚଳାଚଳ ମନ୍ତ୍ରାଳୟ ତଦନ୍ତ ଆରମ୍ଭ କରିଦେଇଛି ।