PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ବିଜେପିକୁ ୩୦୦ରୁ ଅଧିକ ସିଟ୍ ମିଳିବା ନେଇ ଭବିଷ୍ଯବାଣୀ କରିଥିବା ପ୍ରଫେସରଙ୍କ ଆଉ ଏକ ଭବିଷ୍ୟବାଣୀ, ଆଗାମୀ ୫ ବର୍ଷ ଭିତରେ ମୋଦି…

source;zeenews.india.com

ଉଜ୍ଜୈନ ୨୮/୫: ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ପୂର୍ବରୁ ବିଜେପିକୁ ୩୦୦ରୁ ଅଧିକ ସିଟ୍ ମିଳିବାନେଇ ଭବିଷ୍ୟବାଣୀ କରିଥିବା ପ୍ରଫେସର ଡା.ରାଜୁ ମୁସଲଗାଁୱକରଙ୍କ ନିଲମ୍ବନ ପରେ ପୁଣି ଏକ ଭବିଷ୍ୟବାଣୀ କରିଛନ୍ତି । ଡା.ରାଜୁ ମୁସଲଗାଁୱକରଙ୍କ ଅନୁସାରେ ଆଗାମୀ ୫ ବର୍,ରେ ମୋଦି ସରକାର ନୂଆ କିର୍ତ୍ତୀମାନ ସ୍ଥାପନ କରିବେ । ଆଗାମୀ ୫ ବର୍ଷରେ ଦେଶରେ ଅସୁରକ୍ଷା ଭେଦ ଭାବ ଦୂରେଇ ଯିବ ଏବଂ ଶାନ୍ତି ଓ ସୁରକ୍ଷା ରହିବ । ଜ୍ଯୋତିର୍ବିଜ୍ଞାନର ପ୍ରଫେସର ଡ. ମୁସଲଗାଁକର କୁହନ୍ତି ଯେ ୨୦୧୯ ନିର୍ବାଚନ ଜିତିବା ପରେ ବିଜେପି ସରକାର ଦେଶର ସବୁଠାରୁ ବିଶ୍ୱସନୀୟ ସରକାର ଭାବେ ଆଦୃତ ହେବେ ।

କହିରଖୁଛୁ ନିର୍ବାଚନ ଫଳାଫଳ ପୂର୍ବରୁ ସେ ଫେସବୁକରେ ବିଜେପି ସରକାର ପ୍ରାୟ ୩୦୦ ଏବଂ ଏନଡିଏ ୩୦୦ ରୁ ଉର୍ଦ୍ଧ୍ୱ ହେବା ପୋଷ୍ଟ କରିଥିଲେ । ଏହା ପରେ ବିଶ୍ୱବିଦ୍ଯାଳୟ ତାଙ୍କୁ ନିଲମ୍ବିତ କରିଦେଲା । ଉଜ୍ଜୈନ ୧୭ତମ ଲୋକସଭା ନିର୍ବାଚନ ଫଳ ବହୁତ ରୋଚକ । ୨୩ ମେକୁ ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ଜ୍ୟୋତିଷ ବିଜ୍ଞାନ କେନ୍ଦ୍ର ବାବା ମହାକାଳଙ୍କ ନଗରୀର ଜ୍ଯୋତିଷଚାର୍ଯ୍ଯ ନିର୍ବାଚନ ଫଳ ଉପରେ ଭବିଷ୍ୟବାଣୀ କରିଥିଲେ । ଯାହା ବିଲକୁଲ୍ ଠିକ୍ ଥିଲା ।

ଏହାପରେ ତାଙ୍କୁ ନିଲମ୍ବନ କରିଦିଆଯାଇଥିଲା । କିନ୍ତୁ ନିଲମ୍ବିକ ପ୍ରଫେସରଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ଠିକ୍ ଥିଲା । ପ୍ରଫେସର ଫେସବୁକରେ ବିଜେପି ୩୦୦ ପାଖାପାଖି ଏବଂ ଏନଡିଏ ୩୦୦ରୁ ଅଧିକ ହେବା କଥା ଭବିଷ୍ୟବାଣୀ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ଯାହା ପରେ ନିର୍ବାଚନ ଆୟୋଗ ପ୍ରଫେସର ଡ. ମୁସଲଗାଁୱକରଙ୍କୁ ନିଲମ୍ବିତ କରିଦେଲେ । ମୁସଲଗାଁୱକରଙ୍କ ଅନୁସାରେ ମୋଦି ସରକାର ଆଗାମୀ ୫ ବର୍ଷରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବେ । ଏହି ସରକାରଙ୍କ ସମୟରେ ଦେଶରେ ଶାନ୍ତି ବଜାୟ ରହିବ ଏବଂ ଏହି ସରକାର ଏକ ବିଶ୍ୱସନୀୟ ସରକାର ବୋଲି ପ୍ରମାଣିତ ହେବ ।

ସମ୍ବନ୍ଧିତ ଖବର