ନୂଆଦିଲ୍ଲୀ: ପରାଗଙ୍କ ପରେ ଚହଲଙ୍କ ନାମରେ ଆସିଲା ଭେପିଂ ମାମଲା । ସୋସିଆଲ ମିଡିଆରେ ଏକ ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପଞ୍ଜାବ କିଙ୍ଗ୍ସର ସ୍ପିନର ଚହଲ ଇ-ସିଗାରେଟ ଟାଣୁଥିବା କୁହାଯାଉଛି । ତାହାପୁଣି ଫ୍ଲାଇଟରେ । ଅର୍ଶଦୀପ ନିଜର ଭ୍ଲଗରେ ପକାଇଥିବା ଏକ ଭିଡିଓର ସ୍କ୍ରିନ୍ ସଟ ନେଇ ଏଭଳି ଏକ ଫଟୋକୁ ୟୁଜର୍ସମାନେ ସେୟାର କରୁଥିବା ଦେଖିବାକୁ ମିଳିଛି ।
Look at Yuzvendra Chahal, man. He was risking everyone’s safety by vaping an e-cigarette inside the flight while Shashank Singh and other Punjab Kings players were around him. 👀
— Sonu (@Cricket_live247) May 7, 2026
This is totally unacceptable and highly risky for everyone. Such behavior violates flight safety… pic.twitter.com/YnXlPmPhjr
ଅର୍ଶଦୀପ ନିଜର ପେଜରେ ଏକ ଭିଡିଓ ପକାଇଛନ୍ତି । ଯେଉଁଥିରେ ଚହଲ ଇ-ସିଗାରେଟ ଟାଣୁଥିବା ୟୁଜର୍ସମାନେ ଦାବି କରିଛନ୍ତି । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଖେଳାଳିଙ୍କ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ତେବେ ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ପରାଗ ଏହି ମାମଲାରେ ଫସିଥିବାବେଳେ ତାଙ୍କର ମ୍ୟାଚ୍ ଫିର ୨୫ ପ୍ରତିଶତ କଟିଛି । ଏହାସହ ତାଙ୍କୁ ଗୋଟିଏ ଡି-ମେରିଟ୍ ପଏଣ୍ଟ ଦିଆଯାଇଛି ।
ସେପଟେ ଅଶ୍ବିନୀ ନିଜ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଏ ସମ୍ପର୍କ ମଧ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ଯୁବ ଖୋଳାଳିମାନେ ଏଭଳି ଜାରିଶୁଣି ନିଜର କ୍ୟାରିୟରକୁ ବିବାଦ ମଧ୍ୟକୁ ଟାଣି ଆଣୁଛନ୍ତି । ସେମାନେ ଦେଶର ବହୁ ଯୁବକଙ୍କ ଆଦର୍ଶ ହୋଇଥିବାବେଳେ ଏଭଳି କରିବା ଠିକ୍ ନୁହେଁ ବୋଲି କୁହାଯାଉଛି । ତେବେ ଚହଲଙ୍କ ଘଟଣାରେ ବାସ୍ତବରେ ଠିକ୍ କି ଭୁଲ୍ ତାହା ଏଯାବତ ସ୍ପଷ୍ଠ ହୋଇନାହିଁ । ମାତ୍ର ଏହାକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି ।
ଏହାସହ ପଢ଼ନ୍ତୁ : ମମତାଙ୍କୁ ଭେଟିଲେ ଅଖିଳେଶ: କହିଲେ ଦିଦି ତୁମେ ହାରିନ