ନୂଆଦିଲ୍ଲୀ,୧୬/୦୫; ଚଳିତ ଆଇପିଏଲରେ ବିଜୟଧାରାକୁ ଫେରିଥିବା ଚେନ୍ନାଇରେ ବ୍ରେକ୍ ଲାଗିଛି । ଲକ୍ଷ୍ନୌରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍ । କ୍ରମାନ୍ୱୟରେ ୩ଟି ମ୍ୟାଚ ଜିତି ପ୍ଲେ-ଅଫ୍ର ଦୃଢ଼ ଦାବିଦାର ରୂପେ ଉଭା ହୋଇଥିବା ୫ଥର ଚାମ୍ପିଅନ୍ ଚେନ୍ନାଇର ବିଜୟଧାରାରେ ଲକ୍ଷୌ ବ୍ରେକ୍ ଲଗାଇଛି । ଚଳିତ ଆଇପିଏଲ୍‌ରେ ୫୯ତମ ଲିଗ୍ ମୁକାବିଲାରେ ଲକ୍ଷ୍ନୌ ୭ ୱିକେଟରେ ଚେନ୍ନାଇକୁ ପରାଜିତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୫ ୱିକେଟ୍ ବିନିମୟରେ ୧୮୭ ରନ ସଂଗ୍ରହ କରିଥିଲା । ଜବାବରେ ଲକ୍ଷ୍ନୌ ୧୬.୪ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମିଚେଲ ମାର୍ଶ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚରେ ଶସ୍ତା ସାବ୍ୟସ୍ୟ ହୋଇଥିଲେ ଅଂଶୁଲ କମ୍ବୋଜ । ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ ଲକ୍ଷ୍ନୌ ବିପକ୍ଷରେ ମାତ୍ର ୨.୪ ଓଭରରେ ୬୩ ରନ ଦେଇଥିଲେ । ୧୬ ବଲ୍‌ରେ ୮ଟି ଛକା ଖାଇଥିଲେ । ଏହା ସହ ଲଜ୍ଜାଜନକ ରେକର୍ଡ ସ୍ଥାପନ କରିଛନ୍ତି ଅଂଶୁଲ ।​​​​​​​ ଆଇପିଏଲ ଇତିହାସରେ ଏମିତି କେବେ କେଉଁ ବୋଲରଙ୍କ ସହିତ ହୋଇନାହିଁ ।

ଅଂଶୁଲ କମ୍ବୋଜଙ୍କୁ ଗୋଟିଏ ବି ୱିକେଟ୍ ମିଳିନଥିଲା । ଏହି ଇନିଂସରେ କମ୍ବୋଜଙ୍କ ଇକୋନୋମି ୨୩.୬୦ ଥିଲା । ଏହା ସହିତ ତାଙ୍କ ନାମରେ ଅନେକ ଲଜ୍ଜାଜନକ ରେକର୍ଡ ଜଡ଼ିତ ଅଛି । ଲକ୍ଷ୍ନୌ ବିପକ୍ଷରେ ୭ ୱିକେଟ ପରାଜୟରେ କମ୍ବୋଜ ମାତ୍ରପ ୧୬ ବଲରେ ୬୩ ରନ୍ ଦେଇଥିଲେ । ଏହା ଆଇପିଏଲରେ ଜଣେ ସିଏସକେ ବୋଲରଙ୍କର ଶସ୍ତା ସ୍ପେଲ୍ । ଏହି ତାଲିକାରେ ଖଲିଲ ଅହମ୍ମଦ ଶୀର୍ଷରେ ଅଛନ୍ତି । ସେ ୨୦୨୫ରେ ଆରସିବି ବିପକ୍ଷରେ ୩ ଓଭରରେ ୬୩ ରନ୍ ଦେଇଥିଲେ ।

​​​​​​​IPL ଇନିଂସରେ ସିଏସକେ ବୋଲ ଦେଇଥିବା ସର୍ବାଧିକ ରନ୍
୦/୬୫(୩)ଖଲିଲ ଅହମ୍ମଦ ବନାମ ଆରସିବି, ବେଙ୍ଗାଲୁରୁ, ୨୦୨୫
୦/୬୩ (୨.୪) ଅଶୁଂଲ କମ୍ବୋଜ ବନାମ ଲକ୍ଷ୍ନୌ ୨୦୨୬
୦/୬୨ (୪) ଲୁଙ୍ଗି ନିଗିଡି ନବାମ ମୁମ୍ବାଇ, ୨୦୨୧
୨/୬୧(୪) ସାର୍ଦ୍ଦୁଲ ଠାକୁର ବନାମ ଆରସିବି, ୨୦୨୪
୦/୬୦ -ସମରଜିତ୍ ଠାକୁର ବନାମ ଜିଟି, ୨୦୨୪

ଏହା ବି ପଢନ୍ତୁ...IPL 2026: ଆଜି ଗୁଜରାଟ-କୋଲକାତା ମୁକାବିଲା; ଫ୍ଲେ ଅଫ୍ ଲକ୍ଷ୍ୟରେ ଗିଲ୍ ବାହିନୀ, ହାରିଲେ ବିଦା ହେବ କେକେଆର  

ଅଂଶୁଲ କମ୍ବୋଜ ଆଇପିଏଲ ଇତିହାସରେ ଦ୍ୱିତୀୟ ବୋଲର ଯିଏ ଗୋଟିଏ ମ୍ୟାଚରେ ୩ କିମ୍ବା ତାଠାରୁ କମ୍ ଓଭର ବୋଲିଂ କରି ୬୦ରୁ ଅଧିକ ରନ୍ ଦେଇଥିଲେ । ଏହି ତାଲିକାରେ ଅନ୍ୟ ବୋଲର ହେଉଛନ୍ତି ଖଲିଲ ଅହମ୍ମଦ ଯିଏ ୨୦୨୫ରେ ବେଙ୍ଗାଲୁରୁରେ ଆରସିବି ବିପକ୍ଷରେ ୬୫ ରନ୍ ଦେଇଥିଲେ । କମ୍ବୋଜ ପ୍ରଥମ ବୋଲର ଯିଏକି ଆଇପିଏଲରେ ୨ ଥର ଗୋଟିଏ ଓଭରରେ ୪ଟି ଛକା ଖାଇଥିଲେ । ନିକୋଲାସ ପୁରନ ୧୭ ତମ ଓଭରରେ ୪ଟି ଛକା ମାରି ମ୍ୟାଚ୍ ଶେଷ କରିଥିଲେ । ମିଚେଲ୍ ମାର୍ଷ ପୂର୍ବରୁ ଇନିଂସର ପଞ୍ଚମ ଓଭରରେ ଲଗାତାର ୪ଟି ବଲରେ ୪ଟି ଛକା ମାରିଥିଲେ । ଅଂଶୁଲ ୨୩.୬୨ ଇକୋନୋମି ରେଟ୍‌ରେ ବୋଲିଂ କରିଥିଲେ । ଏହା ଆଇପିଏଲ୍ ଇତିହାସରେ ସର୍ବାଧିକ ଇକୋନୋମି ରେଟ୍

ଏହା ବି ପଢନ୍ତୁ...LSG Beat CSK: ମାର୍ଶଙ୍କ ଦମଦାର ପାଳି, ଚେନ୍ନାଇକୁ ୭ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ