ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର, ୧୮।୫ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରକୁ ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷଣ କରାଯାଇଥିଲା । ଆକାଶରୁ ଏକ ହେଲିକପ୍ଟରରୁ ଆଣ୍ଟି ସିପ୍ ମିଶାଇଲ ( ଜାହାଜ ବିଧ୍ବଂସ କ୍ଷେପଣାସ୍ତ୍ର)କୁ ବଙ୍ଗୋପସାଗରର ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା । ଏହା ସଫଳ ହୋଇଥିଲା ।
ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଜାହାଜ ବିଧ୍ବଂସ କ୍ଷେପଣାସ୍ତ୍ର) । ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ।