ଜମିବାଡ଼ି ବିବାଦରୁ ହଣାକଟା : ଜଣେ ମୃତ, ୨ ଗୁରୁତର

ଅନୁଗୁଳ, ୨୩।୦୩ : ଜମିବାଡ଼ି ବିବାଦରୁ ହଣାକଟା। ଫୁଟେ ଜାଗା ପାଇଁ ଗଲା ଜୀବନ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଇଲାକା ବଡ଼ହିଂସର ଗାଁରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ହଣାକଟାରେ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ଜରପଡ଼ା ଥାନା ଇଲାକା ବଡ଼ହିଂସର ଗାଁରେ ଜମିବାଡ଼ିକୁ ନେଇ ନବିନା ଓ ରଘୁନାଥଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦ ଆଜି ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ହଣାକଟା ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ନବିନା ସାହୁ (୭୦ ବର୍ଷ)। ସେହିପରି ଗୁରୁତର ହେଉଛନ୍ତି ନବିନାଙ୍କ ପତ୍ନୀ ଅଶାନ୍ତି ସାହୁ ଓ ମାନସ କୁମାର ସାହୁ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଅନୀଲ ସାହୁ, ରଘୁନାଥ ସାହୁ, ସୁମତି ସାହୁଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।