ଆଲିଆଙ୍କୁ ମିଳିଥିଲା ଦୁଷ୍କର୍ମ ଧମକ , ଡିପ୍ରେସନକୁ ଚାଲି ଯାଇଥିଲେ ଅନୁରାଗ , ଆଉ ତାପରେ …

ମୁମ୍ୱାଇ – ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜର ଭିନ୍ନ ପ୍ରକାରର ଫିଲ୍ମ ପାଇଁ ଖୁବ୍ ପରିଚିତ। ଗୋଟେପଟେ ଯେଉଁଠି ଜଣେ ନିର୍ଦ୍ଦେଶକ ଭାବେ ତାଙ୍କୁ ପ୍ରଶଂସକ ପସନ୍ଦ କରିଥାନ୍ତି ,ତ ଅନ୍ୟପଟେ ଜଣେ ଅଭିନେତା ଭାବେ ମଧ୍ୟ ନିଜର ଦମ୍ ସେ ଦେଖାଇ ଥାନ୍ତି। ଅନୁରାଗ କେବଳ ନିଜର ପ୍ରଫେସନାଲ ଲାଇଫ୍ ନୁହେଁ ନିଜର ପର୍ସନାଲ ଲାଇଫ୍ ବିଷୟରେ ବି ଅନେକ ସମୟରେ କହିଥାନ୍ତି। ନିକଟରେ ସେ ନିଜ ଜୀବନର ସେହି ସମୟର କଥା କହିଛନ୍ତି, ଯେବେ ସେ ଖୁବ୍ ଖରାପ ସମୟ ଦେଇ ଗତି କରୁଥିଲେ ଏବଂ ୩ଥର ସେ ପୁନର୍ବାସର( Rehab) ମଧ୍ୟ ସାହାର ନେବାକୁ ପଡ଼ିଥିଲା। ନିକଟରେ ଅନୁରାଗ ଏକ ସାକ୍ଷାତକାରରେ ଡିପ୍ରେସନ ଓ ତାଙ୍କର ଝିଅ ଆଲିଆ କଶ୍ୟପଙ୍କୁ ମିଳିଥିବା ଦୁଷ୍କର୍ମ ଧମକ ବିଷୟରେ କହିଥିଲେ।

ୟୁଏସ୍ ପରେ ଏବେ ରୁଷ୍ରେ ଧମାକା କରିବେ ଅଲ୍ଲୁ ଅର୍ଜୁନ…
ଅନୁରାଗ କଶ୍ୟପ ନିକଟରେ ଇଣ୍ଡିଆନ ଏକ୍ସପ୍ରେସ ସହ କଥାବାର୍ତ୍ତାରେ ସେହି ସମୟକୁ ମନେପକାଇ ଥିଲେ ଯେବେ ସେ ସିଏଏ ବିଲ୍ ବିରୋଧରେ ପ୍ରୋଟେଷ୍ଟରେ ଜାମିଆ ମିଲିଆ ଇସଲାମିଆ ଯାଇଥିଲେ। ଅନୁରାଗ କହିଛନ୍ତି, ଏ ସେହି ସମୟ , ଯେବେ ମୁଁ ଟ୍ୱିଟରକୁ ଛାଡ଼ି ଦେଇଥିଲି , କାରଣ ମୋ ଝିଅକୁ ଟ୍ରୋଲ କରାଯାଉ ଥିଲା । ତାକୁ ରେପ୍ ଧମକ ମିଳୁଥିଲା ଏବଂ ତାକୁ ଏନଜାଇଟି ଆଟାକ୍ ଆସୁଥିଲା । ମୋତେ ଏସବୁ ବ୍ୟଥିତ କରୁଥିଲା । ମୁଁ ଅଗଷ୍ଟ ୨୦୧୯ରେ ଟ୍ୱିଟର ଛାଡ଼ି ଦେଇଥିଲି , ପର୍ତ୍ତୁଗାଲ ଚାଲି ଯାଇଥିଲି।ସେନା ଉଦ୍ଦେଶ୍ୟରେ ବିବାଦୀୟ ଟ୍ୱିଟ୍ କରି ଅଭିନେତ୍ରୀ ସମାଲୋଚିତ ,…
ଅନୁରାଗ କହିଛନ୍ତି , ମୁଁ ଏହି ସମୟରେ ଲଣ୍ଡନରେ ଅଲମୋଷ୍ଟ ପ୍ୟାର୍ ୱିଦ୍ ଡିଜେ ମୋହବ୍ବତ ସୁଟ୍ କରୁଥିଲି ଏବଂ ଏହି ସମୟରେ ସେହି ଜାମିଆ ଘଟଣା ହୋଇଥଲା ଏବଂ ମୁଁ ଭାରତ ଫେରି ଆସିଲି , ମୋତେ ଏହି ସମୟରେ ଅନୁଭବ ହେଉଥିଲା କି ଏହା ମୋକେ ସହ୍ୟ ହେଉନାହିଁ , କେହି କିଛି କହୁ ନାହାନ୍ତି । ମୁଁ ପୁନଃ ଟ୍ୱିଟରରେ ଲେଖିବା ଆରମ୍ଭ କଲି । ଅନୁରାଗ ଗତ ବର୍ଷ ତାଙ୍କୁ ହୋଇଥିବା ହାର୍ଟଆଟାକ୍ ବିଷୟରେ କହିଥିଲେ ।