ନୂଆଦିଲ୍ଲୀ ୦୧/୦୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ (RCB) IPL ୨୦୨୬ ଫାଇନାଲ ଜିତିଛି। ଏହା ସେମାନଙ୍କର ଲଗାତାର ଦ୍ୱିତୀୟ ଟାଇଟଲ। ପୁରା ଟିମ୍ ଏହି ବିଜୟର ଉତ୍ସବ ପାଳନ କରୁଛନ୍ତି। ଏଥିସହିତ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଦଳର ବିଜୟକୁ ସେଲିବ୍ରେଟ୍‌ କରୁଛନ୍ତି। ବିରାଟ ଏବଂ ଅନୁଷ୍କାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଉଭୟ ନାଚୁଥିବାର ଦେଖାଯାଉଛି। ପ୍ରଶଂସକମାନେ ଭିଡିଓରେ ପ୍ରତିକ୍ରିୟା ଦେଉଛନ୍ତି।

ଭାଇରାଲ ଭିଡିଓରେ, ବିରାଟ କୋହଲିଙ୍କୁ ଲାଲ ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି। ସେ ତାଙ୍କ ଅନ୍ୟ ସାଥୀ ଖେଳାଳିମାନଙ୍କ ସହିତ ଡ୍ୟାନ୍ସ  କରୁଛନ୍ତି। ଅନୁଷ୍କା ଶର୍ମା ମଧ୍ୟ ଏହି ମୁହୂର୍ତ୍ତରେ ତାଙ୍କ ସହିତ ଯୋଗ ଦେଇଛନ୍ତି। ଭିଡିଓ ଉପରେ କମେଣ୍ଟ ଦେଇ ଜଣେ ୟୁଜର ଲେଖିଛନ୍ତି, 'କିଙ୍ଗ୍‌ କୋହଲି ଡ୍ୟାନ୍ସ କରିଛନ୍ତି'। ଆଉ ଜଣେ ୟୁଜର ଲେଖିଛନ୍ତି, 'ଡ୍ୟାନ୍ସ ମୁଭ୍ସ ବହୁତ ଭଲ'। ଆଉ ଜଣେ ୟୁଜର ଲେଖିଛନ୍ତି, 'ରାଜା ତାଙ୍କ ରାଣୀଙ୍କ ସହିତ ଅଛନ୍ତି'।

 

RCBର ବିଜୟ ପରେ, ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇ ଅନୁଷ୍କା ତାଙ୍କର ଏକ ବ୍ୟାକ୍‌ ଫଟୋ ସେୟାର କରିଛନ୍ତି।  ଏଥିସହିତ ସେ ଏକ ହୃଦୟ ଇମୋଜି ଯୋଡିଛନ୍ତି।

ଆହୁରି ପଢ଼ନ୍ତୁ...Madhuri supports Aishwarya: ‘ବୟସ-ଓଜନରୁ ପରିଚୟ ମିଳେନା’...ଐଶ୍ୱର୍ଯ୍ୟାଙ୍କ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ମାଧୁରୀ