PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନିଜ ବିବାହର ଗୁମର ଖୋଲିଲେ ଅନୁଷ୍କା: କେଉଁ କାରଣ ପାଇଁ ବିରାଟଙ୍କୁ ଏତେ ଶୀଘ୍ର ବିବାହ କରିଥିଲେ ଜାଣନ୍ତୁ

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ପୁଣି ଏକ ଚର୍ଚ୍ଚା। ଏହାକୁ ଆଉ କେହି ନୁହେଁ ବରଂ ଅନୁଷ୍କା ନିଜେ ହିଁ ନିଜର ଗୁମର ଖୋଲିଛନ୍ତି। ତାହା ପୁଣି ନିଜ ବିବାହକୁ ନେଇ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। 

ହୋଇପାରେ ଏହି କଥାରେ ବିଶ୍ବାସ କରାଯାଇପାରେ କି ଅନୁଷ୍କା ବହୁତ ଶୀଘ୍ର ବିବାହ କରିଥିଲେ। କିନ୍ତୁ ଏତେ କମ ବୟସରେ ବିବାହ ବନ୍ଧନରେ ବାନ୍ଧି ହେବା ଜଣେ ଅଭିନେତ୍ରୀ ପାଇଁ ସହଜ ନୁହେଁ ବୋଲି ଅନୁଷ୍କା ନିଜେ ସ୍ବିକାର କରିଛନ୍ତି। ସେ ନିଜେ ମଧ୍ୟ ବହୁତ କମ ବୟସରେ ବିବାହ କରିଛନ୍ତି ବୋଲି ସ୍ବିକାର କରିଛନ୍ତି।

ତେବେ ଅନୁଷ୍କା ଏତେ ଜଲଦୀ କାହିଁକି ବିବାହ କରିଲେ, ଏହି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ତେବେ ଅନୁଷ୍କା ନିଜେ ହିଁ ଏହାର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ଦର୍ଶକମାନେ ଆମ ସହିତ ଏତେମାତ୍ରରେ ଯୋଡି ହୋଇ ରହିଛନ୍ତି ଯେ ସେତିକି ଫିଲ୍ମ ଇଣ୍ଡ୍ରଷ୍ଟି ସହିତ ବି ଯୋଡ଼ି ହୋଇ ରହିନାହାନ୍ତି।

ଦର୍ଶକ କଳାକାରଙ୍କ କେବଳ ପରଦାରେ ହିଁ ଦେଖିବାକୁ ଚାହାନ୍ତି। ସେମାନଙ୍କୁ  ଆମ ସାଧାରଣ ଜୀବନଯାପନ ବିଷୟରେ ଜାଣିବାକୁ ବିଶେଷ ଇଚ୍ଛା ନଥାଏ। ଏମିତିକି ସେମାନଙ୍କୁ କିଛି ପ୍ରଭାବ ପଡ଼ିନଥାଏ କି ଆମେ ବିବାହ କରିଲୁ କି ନା ନାହିଁ କିମ୍ବା ମା’ ହେଲୁ କି ନା ନାହିଁ।

ଜଣେ ଅଭିନେତ୍ରୀ ହୋଇ ମଧ୍ୟ ୨୯ବର୍ଷ ବୟସରେ ବିବାହ କରିଥିବା ମୋ ପାଇଁ କିଛି ଅସମ୍ଭବ ନଥିଲା। ହୋଇପାରେ ମୁଁ ଜଲଦୀ ବିବାହ କରିଛି କାରଣ ମୁଁ ଜଣଙ୍କୁ ଭଲପାଇ ବସିଥିଲି ବୋଲି ଅନୁଷ୍କା କହିଛନ୍ତି। ବିବାହ ଏମିତି ଏକ ବନ୍ଧନ ଯାହା ସମ୍ପର୍କକୁ ଆଗକୁ ନେଇଥାଏ। ମୁଁ ସବୁବେଳେ ଏହି କଥାକୁ ଦାବି କରିବି ଯେ ମହିଳାଙ୍କୁ ସବୁବେଳେ ସମ୍ମାନ ଦିଆଯିବା ଦରକାର।