PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଦେଶର ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବାକୁ ପଛାଇବୁ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮ ।୧(ଏଜେନ୍ସି): ଭାରତ ଶାନ୍ତିର ଦୃଢ ସମର୍ଥକ । କିନ୍ତୁ ରାଷ୍ଟ୍ରୀୟ ସୁରକ୍ଷାକୁ ମଜଭୁତ କରିବା ଲାଗି ଯେକୌଣସି ସିଦ୍ଧାନ୍ତ ନେବାରୁ ଏହା ପଛାଇବ ନାହିଁ । ଦିଲ୍ଲୀରେ ଏନ୍‌ସିସିର କ୍ୟାଡେଟ୍‌ମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏହା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସେଠାରେ ଏନ୍‌ସିସି କ୍ୟାଡେଟ୍‌ମାନଙ୍କ ନିକଟରୁ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ । ତା’ ପରେ ସେମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଗତ ସାଢେ ଚାରି ବର୍ଷ ହେଲା ରାଷ୍ଟ୍ରୀୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଭାରତ ଶାନ୍ତିର ଦୃଢ ସମର୍ଥକ । କିନ୍ତୁ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଯେକୌଣସି କଠୋର ପଦକ୍ଷେପ ଉଠାଇବାକୁ ଆମେ ପଛାଇବୁ ନାହିଁ । ଆମର ସେନା ମଧ୍ୟ ସ୍ପଷ୍ଟ ଭାବେ ବାର୍ତ୍ତା ଦେଇଛି ଯେ କେହି ଆମକୁ ଅସୁବିଧାରେ ପକାଇଲେ ଆମେ ତାଙ୍କୁ ଛାଡୁନା ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭାରତ ଏବେ ବିଶ୍ୱର ଏପରି କିଛି ଦେଶ ମଧ୍ୟରେ ସାମିଲ ହୋଇଯାଇଛି ଯେଉଁମାନଙ୍କ ନିକଟରେ ଜଳ, ସ୍ଥଳ, ଓ ଆକାଶରୁ ପରମାଣୁ ଆକ୍ରମଣ କରିବା ପାଇଁ କ୍ଷମତା ରହିଛି ।

ସମ୍ବନ୍ଧିତ ଖବର