ସଫଳ ଉଦ୍ୟୋଗୀ ମହିଳା ଅପୂର୍ବା : ବୟସ ୨୬ ବର୍ଷ , ପାଲିଟଛନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ

ନୂଆଦିଲ୍ଲୀ : ଅପୂର୍ବା ରାୟ ପେଶାରେ ସ୍କିନ୍ କେୟାର ଏକ୍ସପର୍ଟ ଏବଂ ଲୁକ୍ରେ ଖୁବ୍ ଆକର୍ଷଣୀୟ। ସେ ମହୀଶୂରରେ ସ୍କିନ କେୟାର ସଲ୍ୟୁସନ୍ସ ନାମରେ କ୍ଲିନିକ୍ ଚଲାନ୍ତି ଏବଂ ଲୋକଙ୍କୁ ବ୍ୟୁଟିଫୁଲ କରିବାର ଟିପ୍ସ ଦିଅନ୍ତି। ଜଣେ ବିଜନେସ ୱିମେନ ତଥା ପ୍ରଫେସନାଲ ମଡେଲ ଭାବେ ଅପୂର୍ବାଙ୍କ ଖୁବ୍ ନାଁ ରହିଛି। ସେ ୨୦୨୨ ମସିହାରେ ମିସେସ୍ ସାଉଥ୍ ପେସିଫିକ୍ ଏସିଆ ପାସିଫିକ୍ ଏସିଆ ୟୁନିଭର୍ସର ଟାଇଟଲ ମଧ୍ୟ ଜିତି ଥିଲେ। ବିବାହ ପରେ ମଧ୍ୟ ନିଜର ଫିଗର ଓ ସ୍ମାର୍ଟନେସ୍କୁ ଜାରି ରଖିବା ପାଇଁ ଅପୂର୍ବା କଡ଼ା ପରିଶ୍ରମ ବି କରିଛନ୍ତି।

ବେଙ୍ଗାଲୁରରେ ରହୁଥିବା ଅପୂର୍ବା ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କର ବିବାହ ଖୁବ୍ କମ୍ ବୟସରେ ହୋଇଥିଲା । ୩ ବର୍ଷର ଏକ ପିଲା ବି ଅଛି । ଏହାସତ୍ତ୍ୱେ ତାଙ୍କର ଆକାଶ ଛୁଇଁବାର ଇଚ୍ଛା ବି ଜାରି ରହିଛି। ସେ ଗତ ମାସରେ ୫ ଫେବ୍ରୁଆରୀରେ ବୁଲଗେରିଆର ସୋଫିଆରେ ହୋଇଥିବା ମିସେସ୍ ୟୁନିଭର୍ସ ୨୦୨୩ର ପ୍ରତିଯୋଗିତାରେ ବି ଭାଗ ନେଇଥିଲେ । ଅପୂର୍ବା ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ସଫଳ ହେବାକୁ କେବଳ ସ୍ୱପ୍ନ ଦେଖି ନାହାନ୍ତି , ସେ ଏହାକୁ ବି ହାସଲ କରିଛନ୍ତି । ଅପୂର୍ବା ଗ୍ଲାମରସ ଓ ବୋଲ୍ଡ ହେବା ସହ ଖୁବ୍ ସ୍ମାର୍ଟ ମଧ୍ୟ । ପ୍ରତିଯୋଗିତାରେ ନିଜର ଜବାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ଅପୂର୍ବାଙ୍କ କହିବା ହେଲା କି, ସେ ମହିଳାଙ୍କୁ ସଚେତନ କରିବାକୁ ଚାହାନ୍ତି , ସେ ନିଜ ଉପରେ ଭରସା କରିବାକୁ ଶିଖାଇବାକୁ ଚାହାନ୍ତି , ଯାହାକି ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି। ସେ କାମ ଓ ପରିବାର ମଧ୍ୟରେ ସାମଞ୍ଜସ୍ୟ ମଧ୍ୟ ଖୁବ୍ ଭଲ ଉପାୟରେ ରଖିଛନ୍ତି। ପିଲା ଓ ପରିବାରର ଦେଖାଶୁଣା ସହ ନିଜର ସ୍କିନ୍ କ୍ଲିନିକ ମଧ୍ୟ ଚଲାନ୍ତି ଏବଂ ଦୁନିଆର ବଡ଼ ବଡ଼ ବ୍ୟୁଟି କଣ୍ଟେଷ୍ଟଙ୍କୁ ଜିତିବାକୁ ପ୍ରସ୍ତୁତ ବି କରିଥାନ୍ତି । ଅନ୍ୟମାନଙ୍କୁ ଫିଟନେସ୍ ଟିପ୍ସ ଦେବା ସହ ନିଜର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ରଖିଥାନ୍ତି।