PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବା ବନ୍ଦ କଲା ୱିଷ୍ଟ୍ରନ, ଟାଟା ଗ୍ରୁପକୁ ବିକିବ ପ୍ଲାଣ୍ଟ୍

ନୂଆଦିଲ୍ଲୀ ୨୩/୫: ଆପଲ ସପ୍ଲାୟର ୱିଷ୍ଟ୍ରନ ଭାରତରେ ଆଇଫୋନର ପ୍ରଡକ୍ସନ ବନ୍ଦ କରିଦେଇଛି । ଆପଲର ସର୍ତ୍ତ ଆଧାରରେ ୱିଷ୍ଟ୍ରନକୁ ଏଠାରେ ବିଜନେସରେ ପ୍ରଫିଟ୍ ହେଉନାହିଁ । ଭାରତରେ ଆପଲର ବିଜନେସ ଜରିଆରେ ପଇସା ନକମାଇ ପାରିବାରୁ ନିଜ ବିଜନେସକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି କମ୍ପାନୀ । ଖାସ୍ କଥା ହେଉଛି କି ୱିଷ୍ଟ୍ରନ ଏଭଳି ସମୟରେ ଭାରତରୁ ନିଜ ବିଜନେସକୁ ବନ୍ଦ କରୁଛି ଯେତେବେଳେ ଫକ୍ସକନ୍ ଏବଂ ପେଗାଟ୍ରନ ଭାରତରେ ଆପଲର ହିଁ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିଜ କାରବାର ବଢାଉଛି ।

ୱିଷ୍ଟ୍ରନ ୨୦୦୮ ମସିହାରେ ଭାରତୀୟ ମାର୍କେଟରେ ନିଜ ବିଜନେସ୍ ଆରମ୍ଭ କରିଥିଲା । ସେବେ କମ୍ପାନୀ ପିସି, ଲାପଟପ୍, ଏବଂ ସର୍ଭର ସମେତ ଅନ୍ୟ ପ୍ରଡକ୍ଟକୁ ରିପେୟର କରିବାର ୟୁନିଟ୍ ପ୍ରସ୍ତୁତ କରିଥିଲା । ଏହା ପରେ ୨୦୧୭ରେ କମ୍ପାନୀ ନିଜ ବିଜନେସକୁ ଏକ୍ସପାଣ୍ଡ କରିଥିଲା ଏବଂ ଆପଲ ପାଇଁ ଆଇଫୋନ୍ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା ।  ୱିଷ୍ଟ୍ରନ ବେଙ୍ଗାଲୁରୁ ନିକଟସ୍ଥ କୋଲାର ସ୍ଥିତ ଆଇଫୋନ୍ ଆସେମ୍ବଲ ପ୍ଲାଣ୍ଟକୁ ଟାଟା ଗ୍ରୁପକୁ ବିକୁଛି । ଟ୍ରେଡ୍ ଫୋର୍ସର ରିପୋର୍ଟ ଅନୁସାରେ ଟାଟା ଗ୍ରୁପ୍ ଭାରତରେ ଆଇଫୋନ୍ ୧୫ ମଡେଲକୁ ଆସେମ୍ବଲ କରିବା ପାଇଁ ଟେଷ୍ଟିଂ କରୁଛି । ଖୁବ୍ ଶୀଘ୍ର ଟାଟା ଗ୍ରୁପ୍ ପ୍ଲାଣ୍ଟକୁ ଟେକଓଭର କରିବ ଯାହା ପରେ ଭାରତକୁ ଆପଲ ପ୍ରଡକ୍ଟ୍ସ ପାଇଁ ନିଜ ପ୍ରଥମ ଡୋମେଷ୍ଟିକ୍ ଅର୍ଥାତ୍ ସ୍ୱଦେଶୀ ପ୍ରଡକ୍ସନ କମ୍ପାନୀ ମିଳିଯିବ ।

ଆପଲ ଏବେ ଭାରତରେ ନିଜ ବିଜନେସକୁ ବଢାଇବା ଉପରେ ଫୋକସ୍ କରୁଛି । ନିକଟରେ ଆପଲ ମୁମ୍ବାଇ ଏବଂ ଦିଲ୍ଲୀରେ ଦେଶର ପ୍ରଥମ ଏବଂ ଦ୍ୱିତୀୟ ଷ୍ଟୋର ଖୋଲିଛି । ଆପଲ ୨୦୧୭ରେ ଆଇଫୋନ୍ SE ସହିତ ଭାରତରେ ଆଇଫୋନ୍ସର ମାନୁଫ୍ୟାକ୍ଚରିଂ ଆରମ୍ଭ କରିଥିଲା । ଏହାର ୩ ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକ୍ଚରିଂ ସର୍ଭିସ୍(EMS) ପାର୍ଟନର-ଫକ୍ସକନ୍, ୱିଷ୍ଟ୍ରନ ଏବଂ ପେଗାଟ୍ରନ୍ । ତେବେ ଆଇଫୋନ୍ ଆସେମ୍ବଲ ବିଜନେସରେ ଟାଟା ଗ୍ରୁପର ଏଣ୍ଟ୍ରି ସହିତ ୱିଷ୍ଟ୍ରନ ଦେଶ ଛାଡୁଥିବା ନଜର ଆସୁଛି ।