ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଚିନ୍ତାରେ ଚୀନ ଓ ପାକିସ୍ତାନ; ପରୀକ୍ଷଣ ସଫଳ ପରେ ରୁଦ୍ରମ-୨ର ଉତ୍ପାଦନ ପାଇଁ ମିଳିଲା ଅନୁମତି

Published By : Bijay Swain | November 23, 2024 7:53 PM

Image courtesy:- Hindustantimes

ନୂଆଦିଲ୍ଲୀ:- ଚିନ୍ତାରେ ଭାରତର ପଡୋଶି ଚୀନ ଓ ପାକିସ୍ତାନ । କିଛିଦିନ ତଳେ ପିନାକା ରକେଟର ସଫଳ ପରିକ୍ଷଣ କରି ଏହାକୁ ଭାରତୀୟ ସୈନ୍ୟ ବାହିନୀରେ ବ୍ୟବହାର ନେଇ ଅନୁମତି ମିଳିଥିଲା । ଆଉ ଏବେ ଅନ୍ୟଏକ ମିସାଇଲକୁ ସେନା ବାହିନୀରେ ମୁତୟନ କରିବାକୁ ଅନୁମତି ପ୍ରଦାନ କରିଛି ଭାରତ । ଭାରତର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତାରେ ପଡିଛି ଡ୍ରାଗନ । 

ରୁଦ୍ରମ-୨ ମିସାଇଲର ସଫଳ ପରୀକ୍ଷଣ କରି ସାମରିକ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିଛି ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) । ଏହି ଏଆର ଟୁ ସରଫେସ ମିସାଇଲକୁ ଭାରତୀୟ ବାୟୁସେନାର ସୁଖୋଇ-୩୦ଏମକେଆଇର ବ୍ୟବହାର କରି ଲକ୍ଷସ୍ଥଳକୁ ଚାର୍ଗେଟ କରାଯାଇଥିଲା । ଏହା ଟାର୍ଗେଟକୁ ଭେଦ କରିବାରେ ସଫଳ ହୋଇଥିଲା ।  ରୁଦ୍ରମ-୨ ଏକ ସଲିଡ ପ୍ରପେଲ୍ଡ ଏୟାର ଟୁ ସରଫେସ ମିସାଇଲ ଯାହା ଶତ୍ରୁ ପକ୍ଷର ଭିତ୍ତିଭୂମି, ରାଡାର ଓ ଯୋଗାଯୋଗାର ମାଧ୍ୟମକୁ ନଷ୍ଟ କରିବାକୁ ସକ୍ଷମ । 

ଡିଆରଡିଓ ୨୯ ମେ ୨୦୨୪ ଦିନ ଓଡିଶାର ଚାନ୍ଦିପୁରଠାରେ ଦିନ ପ୍ରାୟ ୧୧ଟା ୩୦ ବେଳେ ରୁଦ୍ରମ-୨ର ସଫଳ ପରୀକ୍ଷଣ କରିଥିଲା । ଏହି ଉନ୍ନତ୍ତ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ବାରା ଭାରତକୁ ଆକାଶପଥରୁ ଆକ୍ରମଣ କରିବା ପାଇଁ ସାହାଯ୍ୟ ମିଳିବା ସହ ଭାରତୀୟ ବାୟୁ ସେନାର ସାମର୍ଥ୍ୟ ବୃଦ୍ଧି କରିବାରେ ଏହା ସହାୟକ ହେବ । ଏହି ଏଆର ଟୁ ସରଫେସ ମିସାଇଲକୁ ଆଜି ବ୍ୟବହାରିକ ଉତ୍ପାଦନ ପାଇଁ ସବୁଜ ସଙ୍କେତ ମିଳିଛି ଏହାକୁ ୨୦୨୬ ସୁଦ୍ଧା ଉତ୍ପାଦନ କରିବା ନିମନ୍ତେ ଲକ୍ଷ ରଖାଯାଇଛି । 

ଗତ ଗୁରୁବାର ଦିନ ଗାଇଡେଡ ମିସାଇଲ ପିନାକାର ସଫଳ ପରୀକ୍ଷଣ କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଥିଲା । ଏହି ପିନାକା ମିସାଇଲର ଆକ୍ରମଣ କ୍ଷମତା ଅଧିକ ରହିଥିବା ବେଳେ ଏହାକୁ ଅଧିକ ସଂଖ୍ୟାରେ ଉତ୍ପାଦନ କରି ନିଜେ ବ୍ୟବହାର କରିବା ସହ ଏହାକୁ ବିଭିନ୍ନ ମିତ୍ର ଦେଶକୁ ବିକ୍ରି କରିବା ନେଇ ଘୋଷଣା କରିଥିଲା ଭାରତ । ଆର୍ମେନିଆ ସହ ଅନେକ ଦେଶ ପିନାକା ମିସାଇଲକୁ କିଣିବା ନେଇ ଭାରତ ସହ କଥାବାର୍ତ୍ତା ଚଳାଇଥିବା ବେଳେ ଏହା ଚୀନ ପାଇଁ ଚିନ୍ତାର କାରଣ ସାଜିଛି ବୋଲି ମତପ୍ରକାଶ ପାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.