ନୂଆଦିଲ୍ଲୀ ୨୨।୭: ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ୭ ଷ୍ଟୋକର ଆପକୁ ହଟାଇଦେଇଛି। ଛୁଆମାନଙ୍କୁ ସୁରକ୍ଷା ଦେବା ଏବଂ ହଜିଯାଇଥିବା ଫୋନକୁ ଖୋଜିବାରେ ଏହି ଆପ ସାହାଯ୍ୟ କରେ। ମାତ୍ର ଏହା ୟୁଜର୍ସଙ୍କ ଉପରେ ବି ଗୁପ୍ତ ଭାବରେ ନଜର ରଖିଛି ବୋଲି ତାହା ସମସ୍ତଙ୍କୁ ଜଣାନାହିଁ। ଏହା ୟୁଜର୍ସଙ୍କ ମୂଲ୍ୟବାନ ତଥ୍ୟକୁ ଷ୍ଟକ୍ କରି ରଖୁଛି। ଏହି ଆପ୍ ୟୁଜର୍ସଙ୍କ ଲୋକେସନ୍, କନ୍ଟାକ୍ଟସ୍, ଏସ୍ଏମ୍ଏସ୍ ଏବଂ କଲ୍ ହିଷ୍ଟ୍ରୀର ସମ୍ପୂର୍ଣ୍ଣ ତଥ୍ୟକୁ ଟ୍ରାକ୍ କରୁଛି।
ଆଣ୍ଟି ଭାଇରାସ୍ କମ୍ପାନି (ଏଭିଏଏସଟି)ର ମୋବାଇଲ ଥେ୍ରଟ ଗେବଷକ ଗୁଗୁଲ ପ୍ଲେ ଷ୍ଟୋର ଉପରେ ଏମିତି କିଛି ଆପ ସନ୍ଧାନ କରିଛି ଯାହା ୟୁଜର୍ସର ମୂଲ୍ୟବାନ ତଥ୍ୟକୁ ଟ୍ରାକ୍ କରୁଛି। କୁହାଯାଉଛି ରୁସର ଡେବ୍ଲପର୍ସ ଏହି ଆପର ଡିଜାଇନ୍ ତିଆରି କରିଛନ୍ତି।
ଏଭିଏଏସଟି ଏକ ରିପୋର୍ଟ ଜାରି କରିଛି। ଏହି ଆପକୁ ଗୁଗୁଲ ନିଜ ପ୍ଲେ ଷ୍ଟୋରକୁ ହଟାଇଦେଇଛି। ଏହି ଆପକୁ ୧,୩୦,୦୦୦ ଥର ଡାଉନଲୋଡ କରାସରିଛି। ଏତିରେ ସ୍ପାଏ ଟ୍ରାକର ଏବଂ ଏସ୍ଏମ୍ଏସ୍ ମଧ୍ୟ ସାମିଲ ଅଛନ୍ତି। ଯାହାକୁ ୫୦,୦୦୦ଥର ଇଷ୍ଟଲ କରାସରିଛି।
ତେବେ ଏହା ଜାଣିବା ଟିକେ କଷ୍ଟକର ପଡ଼ିଛି ଯେ, ଆପଣଙ୍କ ସ୍ମାର୍ଟଫୋନରେ ଷ୍ଟାକବେୟର ଅଛି କି ନାହିଁ। କାରଣ ଏହାର ସେମିତି କିଛି ଆଇକନ୍ ସ୍ମାର୍ଟଫୋନରେ ଦେଖାଯାଉନାହିଁ। ଏହି ଆପକୁ ସେହି ଫୋନର ଆକ୍ସେସ ଦରକାର ଯେଉଁଥିରେ ସେ ଜାସୁସି କରିବାକୁ ଚାହୁଁଛି। ଏହି ଆପ ଫୋନରେ ଇଷ୍ଟଲ ହେବା ପରେ ୟୁଜରକୁ ତାର ଇମେଲ ଆଇଡି ଓ ପାସଓ୍ବାର୍ଡ ଦେବାକୁ କୁହାଯାଇଥାଏ। ଏହାପରେ ୟଜୁର ର ଆପରେ ସ୍ବାଇଂ ଆପକୁ ପଠାଇଦିଆଯାଏ। ଏଭିଏଏସଟି ର କହିବାନୁସାରେ, ସେଟଅପରେ କିଛି ବି ଆଇକନ୍ ଦେଖାଯାଏନାହିଁ ଏବଂ ସେମାନଙ୍କୁ ଷ୍ଟାକବେୟର ଆପର କୈାଣସି ସଙ୍କେତ ମିଳିପାରେ ନାହିଁ।