ଭୁବନେଶ୍ୱର ଲୋକସଭା ଆସନ ଅକ୍ତିଆର କଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର ୨୩/୫: ଭୁବନେଶ୍ୱର ଲୋକସଭା ଆସନରେ ବିଜୟ ଲାଭ କରିଛନ୍ତି ଅପରାଜିତା ଷଡଙ୍ଗୀ । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ହରାଇ ବିଜୟ ହାସଲ କରିଛନ୍ତି ବିଜେପିର ଅପରାଜିତା ଷଡଙ୍ଗୀ । ଆଇଏଏସ୍ ଓ ଆଇପିଏସଙ୍କ ମଧ୍ଯରେ ହୋଇଥିଲା ବୃହତ ଲଢେଇ । ଶେଷରେ ବିଜେଡିକୁ ପରାସ୍ତ ହେବାକୁ ପଡିଛି । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୧୫ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ଅପରାଜିତା ଷଡଙ୍ଗୀ ।
ତେବେ ବିଜେଡି ଏଠାରେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଠିଆ କରାଇଥିଲା । ନୂଆ ଚେହେରା ରୂପେ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା ବିଜେଡି । କିନ୍ତୁ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେବା ପରଠୁ ଆପ୍ରାଣ ଚେଷ୍ଟା କରିଥିଲେ । ବହୁ ଆଗରୁ ପ୍ରଚାର ଆରମ୍ଭ କରିସାରିଥିଲେ । ଜନତାଙ୍କ ନିକଟରେ ପହଞ୍ଚି ପାରିଥିଲେ । ଶେଷରେ ଏଭଳି ଷ୍ଟ୍ରଙ୍ଗ କ୍ୟାଣ୍ଡିଡେଟ୍ ପାଇଁ ରାଜଧାନୀରେ ଲୋକସଭା ଆସନ ଅକ୍ତିଆର କଲା ବିଜେପି ।