ରିଆଦ : ଇରାନର ଘାତକ ବାଲିଷ୍ଟିକ୍ ମିସାଇଲ ଆକ୍ରମଣରେ ଭୟଭୀତ ଆରବ ଦେଶ ଗୁଡ଼ିକ, ତେହେରାନକୁ ଆକ୍ରମଣ ରୋକିବାକୁ ଦେଇଛନ୍ତି ଚେତାବନୀ। ସାଉଦୀ ଆରବର ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତ୍ତି ମୁତାବିକ , ପ୍ରମୁଖ ଆରବ ଓ ଇସଲାମୀ ଦେଶ ଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ରିଆଦରେ ଇରାନୀ ହମଲା ସଂପର୍କିତ ଏକ ବୈଠକର ଆୟୋଜନ କରିଥିଲେ। ବିବୃତ୍ତିରେ କୁହାଯାଇଛି ଯେ, ବୁଧବାର ହୋଇଥିବା ବୈଠକରେ ଅଜରବୈଜାନ, ବାହାରିନ ,ମିଶର , ଜାର୍ଡନ , କୁଏତ, ଲେବାନନ , ପାକିସ୍ତାନ , କତାର ,ସାଉଦୀ ଆରବ , ସିରିଆ , ତୁର୍କୀ ଓ ୟୁଏଇର ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରି ଥିଲେ।

ଉକ୍ତ ବୈଠକ ପରେ ୧୨ଟି ଇସଲାମିକ ଦେଶ ପକ୍ଷରୁ ଇରାନକୁ ତତ୍କାଳ ଆକ୍ରମଣ ବନ୍ଦ କରିବାକୁ କୁହାଯାଇଛି। ବିବୃତ୍ତି ଅନୁସାରେ , ୧୨ଟି ମୁସଲିମ ଦେଶର ବୈଦେଶିକ ମନ୍ତ୍ରୀମାନେ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ଇରାନକୁ ସୁରକ୍ଷା ପରିଷଦର ପ୍ରସ୍ତାବ ୨୮୧୭ (୨୦୨୬)ର ପାଳନ କରିବା ଉଚିତ୍। ଏହି ପ୍ରସ୍ତାବରେ ସବୁ ଆକ୍ରମଣକୁ ତତ୍କାଳ ବନ୍ଦ କରିବା , ପଡୋଶୀ ଦେଶ ବିରୋଧରେ କୌଣସି ବି ଉସୁକାଇବା ଭଳି କାର୍ଯ୍ୟାନୁଷ୍ଠାନ କିମ୍ୱା ଧମକକୁ ବିନା କୌଣସି ସର୍ତ୍ତରେ ବନ୍ଦ କରିବା ଏବଂ ଆରବ ଦେଶ ଗୁଡ଼ିକରେ ନିଜର ମିଲିସିଆକୁ ସମର୍ଥନ ,ଫଣ୍ଡିଂ ଓ ଅସ୍ତ୍ରଶସ୍ତ୍ର ଦେବାକୁ ବନ୍ଦ କରିବା ଦାବି କରାଯାଇଛି। ଉକ୍ତ ବିବୃତ୍ତିରେ କୁହାଯାଇଛି ଯେ, ଇରାନ ଏମିତି ତାର ଲକ୍ଷ୍ୟ ଗୁଡ଼ିକୁ ପୂରା କରିବା ପାଇଁ ଏବଂ ଏହି ସବୁ ଦେଶ ଗୁଡ଼ିକର ହିତ ବିରୋଧରେ କରୁଛି।

ଆରବ ଦେଶ ଗୁଡ଼ିକ ପକ୍ଷରୁ ଜାରି ବିବୃତ୍ତିରେ ହୋର୍ମୁଜ ପ୍ରଣାଳୀରେ ଅନ୍ତର୍ଜାତୀୟ ସିପିଂକୁ ବନ୍ଦ କରିବା କିମ୍ୱା ଏଥିରେ ବାଧା ପକାଇବାର ଉଦ୍ଦେଶ୍ୟରେ କରାଯାଉ ଥିବା କୌଣସି ବି ଉପାୟ କିମ୍ୱା ଧମକରୁ ଦୂରେଇ ରହିବା କିମ୍ୱା ବାବ ଅଲ୍-ମନ୍ଦାବରେ ସାମୁଦ୍ରିକ ସୁରକ୍ଷାକୁ ବିପଦରେ ପକାଇବାରୁ ନିବୃତ୍ତି ରହିବା ପାଇଁ ଇରାନକୁ କୁହାଯାଇଛି। ରିପୋର୍ଟ ମୁତାବିକ , ଏହି ସମୟରେ ଇସଲାମିକ ଦେଶ ଗୁଡ଼ିକର ମନ୍ତ୍ରୀମାନେ ଗଲ୍ଫ ଦେଶର ସହଯୋଗୀ ପରିଷଦ (ଜିସିସି)ର ଦେଶ, ଜାର୍ଡନ , ଅଜରବୈଜାନ ଓ ତୁର୍କୀ ଉପରେ ହୋଇଥିବା ଇରାନୀ ଆକ୍ରମଣର ଆଲୋଚନା କରିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ଇରାନ ଯୁଦ୍ଧ ଯୋଗୁଁ ଚିନ୍ତାଜନକ LPGର ସ୍ଥିତି, ସଙ୍କଟକୁ ନେଇ ଭାରତ ସରକାର କହିଲେ ...

ସେମାନେ ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ୍ ଦ୍ୱାରା ଜାଣିଶୁଣି କରାଯାଇ ଥିବା ଇରାନୀ ହମଲାର କଡ଼ା ନିନ୍ଦା କରିଛନ୍ତି। ଇରାନ ଏହି ଆକ୍ରମଣରେ ଆବାସୀୟ ଅଞ୍ଚଳ ଓ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରିଛି। ଇରାନ ଆରବ ଦେଶ ଗୁଡ଼ିକର ତୈଳ ଭଣ୍ଡାର , ଫ୍ୟାକ୍ଟ୍ରି , ବିମାନ ବନ୍ଦର , ଆବାସୀୟ ବିଲ୍ଡିଂ ଓ କୂଟନୀତିକ ପରିସର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ମନ୍ତ୍ରୀମାନେ ଆହୁରି ଏହା ମଧ୍ୟ ଦୋହରାଇଛନ୍ତି ଯେ, ଏମିତି ଆକ୍ରମଣକୁ କୌଣସି ବାହାନାରେ କିମ୍ୱା କୌଣସି ଉପାୟରେ ଉଚିତ୍ କୁହାଯାଇ ପାରିବ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ପୋଷ୍ଟମର୍ଟମ ଘରୁ ଉଲଗ୍ନ ହୋଇ ଦୌଡ଼ିଲେ ଯୁବକ...