ଫିଫା ବିଶ୍ୱକପ: ସାଉଦିକୁ ୧-୨ ଗୋଲରେ ହରାଇବା ସତ୍ତ୍ବେ ନକ୍ ଆଉଟରୁ ବିଦାହେଲା ମେକ୍ସିକୋ

ଦୋହା,୦୧/୧୨: ମେକ୍ସିକୋ ଓ ସାଉଦି ଆରବ ମଧ୍ୟରେ ଅନଷ୍ଠିତ ରୋମାଞ୍ଚକର ଗ୍ରୁପ୍-ସି ମୁକାବିଲାରେ ମେକ୍ସିକୋ ୨-୧ ଗୋଲ୍ରେ ବିଜୟ ହାସଲ କରିଛି । ବିଜୟ ସତ୍ତେ୍ୱ ମେକ୍ସିକୋ ନକ୍ ଆଉଟ୍ରୁ ବାଦ ପଡ଼ିଛି ।
ବୁଧବାର ଲୁସେଲ ଷ୍ଟାଡିୟମ୍ରେ ସାଉଦି ଆରବ କଡ଼ା ଟକ୍କର ଦେଇଥିଲା । ପ୍ରଥମାର୍ଦ୍ଧରେ ମେକ୍ସିକୋ ୧୧ଥର ଗୋଲ୍ ପାଇଁ ସୁଯୋଗ ସୃଷ୍ଟି କରିଥିଲା । ହେଲେ ସାଉଦି ଆରବ ସବୁ ଶକ୍ତି ଖଟାଇ ମେକ୍ସିକୋକୁ ଅଟକାଇବାରେ ସଫଳ ହୋଇଥିଲା ।
ଦ୍ୱିତୀୟାର୍ଦ୍ଧରେ ମେକ୍ସିକୋ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା । ୪୭ତମ ମିନିଟ୍ରେ ସଜାରୋ ମୋଣ୍ଟେସଙ୍କ ଏକ ପାସକୁ ହେନରୀ ମାର୍ଟିନ ଗୋଲ୍ରେ ପରିଣତ କରିଥିଲେ । ୫ମିନିଟ୍ ମଧ୍ୟରେ ମେକ୍ସିକୋ ପକ୍ଷରୁ ଲୁଇସ୍ କ୍ୟାଭେଜ ଦ୍ୱିତୀୟ ଗୋଲ୍ କରିବା ଫଳରେ ମେକ୍ସିକୋ ୨-୦ ଗୋଲ୍ରେ ଅଗ୍ରଣୀ ହାସଲ କରିଥିଲା ।
ମେକ୍ସିକୋର ନକ୍ ଆଉଟ ଆଶା ଉଜ୍ଜୀବିତ ରହିଥିଲା । ମାତ୍ର ୯+୫ତମ ମିନିଟ୍ରେ ସାଉଦି ଆରବ ଏକ ଗୋଲ୍ କରିବାରୁ ମେକ୍ସିକୋର ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା ।