PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଅର୍ଚ୍ଚନା ହନିଟ୍ରାପ୍‌ ମାମଲା: ୧୨ ଜଣଙ୍କୁ ସମନ, ପର୍ଯ୍ୟାୟ କ୍ରମେ ଜେରା କରିବ ଇଡି

khageswar

ଭୁବନେଶ୍ୱର,୨୧/୧୧: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗର ହନିଟ୍ରାପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଆଗେଇଛି । ମାମଲାରେ ସମ୍ପୃକ୍ତ ୧୨ଜଣଙ୍କୁ ଇଡି ସମନ କରିଛି । ତାଲିକାରେ ୫ଜଣ ନେତା, ୩ଜଣ ବ୍ୟବସାୟୀ ଓ ଅନ୍ୟମାନେ ଅର୍ଚ୍ଚନାଙ୍କ ସହଯୋଗୀ । ସେମାନଙ୍କୁ ପ୍ରର୍ଯ୍ୟାୟକ୍ରମେ ଡାକି ଜେରା କରିବାକୁ ଇଡି ସଜବାଜ ହେଉଛି ।

ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ମୁଖ୍ୟ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଇଡି ମାରାଥନ ଜେରା କରୁଛି । କିନ୍ତୁ ତାଙ୍କଠାରୁ ସେତେଟା ତଥ୍ୟ ଉଗାରିପାରିନି ଇଡି । ଖଗେଶ୍ୱର ଇଡିକୁ ରିତିମତ ଭୂଆଁ ବୁଲାଉଛନ୍ତି । ଖଗେଶ୍ୱରଙ୍କ ଜରିଆରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦିବା ଏତେ ସହଜ ମନେ ହେଉନି । ସେ କିପରି ଜଣେ ସାଧାରଣ ସେକେଣ୍ଡ ହ୍ୟାଣ୍ଡ କାର ସୋ ରୁମ୍‌ ବେପାରିରୁ କୋଟିପତି ପାଲଟିଲେ? ଅର୍ଚ୍ଚନାଙ୍କ ଭଳି ଆଲିସାନ ବଙ୍ଗଳା ଗଢ଼ିଲେ? କେଉଁଠୁ ଏତେ ସମ୍ପତ୍ତି ଆଣିଲେ ? ଅର୍ଚ୍ଚନାଙ୍କ ହନିଟ୍ରାପରେ ତାଙ୍କର ସମ୍ପୃକ୍ତି କ’ଣ? ଏସବୁ ପ୍ରଶ୍ନ ଏବେ ବି ଇଡି ଅଧିକାରୀଙ୍କ ମନରେ ଘାଣ୍ଟି ହେଉଛି । ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନସ୍ଥିତ ଘର, ହଂସପାଳ ଓ ରସୁଲଗଡ଼ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ’ ରୁମ୍‌ରେ ଚଢ଼ଉ ସରିଛି । ସେପଟେ ଖଗେଶ୍ୱରଙ୍କ ପ୍ରଥମ ରିମାଣ୍ଡ ଅବଧି ସରି ଆସୁଛି । ସୋମବାର ତାଙ୍କୁ ଅଦାଲତରେ ହାଜର କରାଯିବ । ଅଦାଲତରେ ଇଡି ପକ୍ଷରୁ ପୁଣି ଥରେ ରିମାଣ୍ଡ ଆବେଦନ କରାଯିବ ବୋଲି ସୂଚନା ମିଳିଛି ।

ଅର୍ଚ୍ଚନାଙ୍କ ଦାମୀ ଏଣ୍ଡେଭର କାରକୁ ନେଇ ଦିନତମାମ ଚର୍ଚ୍ଚା ଲାଗି ରହିଥିଲା । ଭେହିକିଲ୍‌ ଆଇଡେଣ୍ଟିଫିକେସନ ନମ୍ବର (ଭିଆଇଏନ୍‌) ଓ ଗାଡି଼ ଚେଚିସ ନମ୍ବର ଅନୁସାରେ କାରଟି ଅର୍ଚ୍ଚନାଙ୍କର ବୋଲି ଇଡି ସ୍ପଷ୍ଟ କରିଛି । ସୋ’ ରୁମ୍‌ ମାଲିକଙ୍କ ତଥ୍ୟ ଅନୁସାରେ, ଉକ୍ତ କାର୍‌ ପାଇଁ ନଗଦ ଟଙ୍କା ଦିଆଯାଇଥିଲା । କାର କିଣିବାକୁ ଟଙ୍କା ଦେଇଥିବା ନେତାଙ୍କୁ ମଧ୍ୟ ଇଡି ନୋଟିସ୍‌ କରିଛି । ନେତା ଜଣକ କାହିଁକି ଟଙ୍କା ଦେଇଥିଲେ, ତାହା ଜେରାରୁ ସ୍ପଷ୍ଟ ହେବ । ତେବେ କାରକୁ କିଏ ନେଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ରଖିଲା । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କେତେ ସହଯୋଗୀ ବାହାରେ ବୁଲୁଛନ୍ତି । ଏସବୁର ପୁଲିସ ଖୋଳତାଡ଼ କରୁଛି ।