ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଅର୍ଚ୍ଚନା ହନିଟ୍ରାପ୍‌ ମାମଲା: ଦ୍ୱିତୀୟ ଥର ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୫/୧୧: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ଏବେ ନୂଆ ମୋଡ଼ ନେଇଛି । ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। କ୍ରମାଗତ ଦ୍ଵିତୀୟ ଦିନ ପାଇଁ ସେ ଇଡିରେ ହାଜର ହୋଇଛନ୍ତି। ପ୍ରଥମ ଦିନ ଇଡିର ଅଧିକାରୀ ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ ୧୪ ଘଣ୍ଟା ଧରି  ଜେରା କରିଥିଲେ। ଏହି ସମୟରେ ସେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିଥିବା କୁହାଯାଉଛି।

ସୂଚନା ମୁତାବିକ, ଗୁରୁବାର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ତଥା କାର୍‌-ସୋ ରୁମ୍‌ ମାଲିକ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିଲେ । ତାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା । ଅର୍ଚ୍ଚନା ମାମଲା ଇଡି ନେଲା ପରେ ଆର୍ଥିକ କାରବାର ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ଜଣାପଡ଼ିଥିଲା ଅର୍ଚ୍ଚନାର ଆକାଉଣ୍ଟକୁ ‘ଏମ୍‌ପିୟର ପ୍ରେଷ୍ଟିଜ୍‌’ ଆକାଉଣ୍ଟକୁ ୩୦ ଲକ୍ଷରୁ ଅଧିକ ଟଙ୍କା ଆସିଛି । ଯାଞ୍ଚ ସମୟରେ ଜଣାପଡ଼ିଥିଲା ‘ଏମ୍‌ପିୟର ପ୍ରେଷ୍ଟିଜ୍‌’ ମାଲିକ ହେଉଛନ୍ତି ଗଙ୍ଗାଧର ସାମଲ । ଏଣୁ ଇଡି ଗତ ସପ୍ତାହରେ ଗଙ୍ଗାଧରଙ୍କୁ ନୋଟିସ୍‌ କରିଥିଲା ।

ଗୁରୁବାର ସକାଳ ସାଢ଼େ ୧୦ଟାରେ ଗଙ୍ଗାଧର କାଗଜପତ୍ର ଧରି ପହଞ୍ଚିଥିଲେ ଇଡି କାର୍ଯ୍ୟାଳୟରେ । ଦୀର୍ଘ ସମୟ ଜେରା ପରେ ମଧ୍ୟ ଗଙ୍ଗାଧର କହି ନଥିଲେ କ’ଣ ପାଇଁ ସେ ଅର୍ଚ୍ଚନାକୁ ଏତେ ଟଙ୍କା ଦେଇଥିଲେ । ସେପଟେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଆର୍ଥିକ କାରବାର ରାଜ୍ୟ ବାହାରେ ରହିଛି । ସେ ବିଷୟରେ ଇଡି ତଥ୍ୟ ପାଇଛି । ଭାଇଜାଗ୍‌ର ଜଣେ ଖଣି ବ୍ୟବସାୟୀ କାର୍ତ୍ତିକେ ବୋଜୋଡ଼ିଆଙ୍କ ସହ ୨୦୧୯ରୁ ୨୦୨୨ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଟଙ୍କା କାରବାର ହୋଇଛି । କ’ଣ ପାଇଁ ଏତେ ଟଙ୍କା କାରବାର ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ । କାର୍ତ୍ତିକେ ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିଲେ । ଖଗେଶ୍ୱରଙ୍କ ସେ ଅଞ୍ଚଳରେ ଗ୍ୟାରେଜ୍‌ ଥିଲା । ଉଭୟେ ଏକ ଖଟିରୁ ପରିଚିତ ହୋଇଥିଲେ । ତା’ପରେ ଲକ୍ଷ ଲକ୍ଷର କାରବାର । ସେ କାରବାର ବିଷୟରେ ଜାଣିବା ପାଇଁ ଇଡି ଖଗେଶ୍ୱରଙ୍କୁ ତୃତୀୟ ପର୍ଯ୍ୟନ୍ତ ରିମାଣ୍ଡ ଆବେଦନ କରିଥିଲା । ଯାହାକୁ କୋର୍ଟ ଖାରଜ କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ଖଗେଶ୍ୱରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭାଇଜାଗର କାର୍ତ୍ତିକେଙ୍କ ‘ଶ୍ରୀୟା’ ନାମକ କମ୍ପାନୀରୁ ଏମାନଙ୍କ ପାଖକୁ ଆସିଥିବା ଟଙ୍କାର ହିସାବ ପାଇଁ ଇଡି ତାଙ୍କୁ ନୋଟିସ୍‌ କରିବ ବୋଲି ଜଣାପଡ଼ିଛି । ଅର୍ଚ୍ଚନା ଓ ଖଗେଶ୍ୱର ଦୁହେଁ ମିଶି କାର୍ତ୍ତିକେୟଙ୍କୁ ବ୍ଲାକ୍‌ମେଲିଂ କରି ଏ ସବୁ ଟଙ୍କା ଆଣୁଥିଲେ ବୋଲି ଜଣାପଡ଼ିଛି ।

ଆସନ୍ତା ୩୦ ତାରିଖରେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରାଯିବ । ସେଠାରୁ ତାଙ୍କୁ ଇଡି ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।

Copyright © 2022 - Summa Real Media Private Limited. All Rights Reserved.