କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତି, ଖଗେଶ୍ଵର ଓ ଶ୍ରଦ୍ଧାଞ୍ଜଳିଙ୍କୁ ସମନ ଜାରି

ଭୁବନେଶ୍ଵର, ୨୪/୦୧ : ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତି। ଏହା ସହ ଖଗେଶ୍ଵର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଏମାନଙ୍କୁ ଚାର୍ଜସିଟିରେ ଦୋଷୀ ଭାବେ ଦର୍ଶାଯାଇଛି।
ପ୍ରକାଶ ଥାଉକି, ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ଏବଂ ବ୍ଲାକ ମେଲିଂ ମାମଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି। ଏହି ଘଟଣାର ତଦନ୍ତ ଭାର ଇଡି ହାତକୁ ନେଇ ସମସ୍ତଙ୍କୁ ଜେରା କରୁଛି। ସମସ୍ତଙ୍କୁ ଇଡି ୩ ଥର ରିମାଣ୍ଡରେ ନେଇଥିଲେ ମଧ୍ୟ ଇଡି ଆଗରେ ସମ୍ପୂର୍ଣ୍ଣ ସତ କଥା କେହି କହିନଥିଲେ।
ଅପର ପକ୍ଷରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି। ଯାହାକୁ ମାନ୍ୟବର କୋର୍ଟ ଖାରଜ କରିଦେଇଥିଲେ। ଏବେ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଛି।