ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ବାତିଲ୍ ହୋଇପାରେ ଅର୍ଚ୍ଚନା ନାଗଙ୍କ ଆଡଭୋକେଟ୍ ଲାଇସେନ୍ସ : ରାଜ୍ୟ ଆଇନଜୀବୀ ପରିଷଦର ନୋଟିସ୍ , କ୍ରିମିନାଲ କେସ୍ ସମ୍ପର୍କରେ ଲୁଚାଇଥିଲେ ତଥ୍ୟ

Published By : Suraj Kumar | May 13, 2025 8:17 PM

କଟକ,୧୩୫(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ଆଡଭୋକେଟ୍ ଲାଇସେନ୍ସ ପାଇବାର ମାତ୍ର ଅଳ୍ପ ଦିନ ମଧ୍ୟରେ ତାଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି I ସେ ନିଜ ବିରୋଧରେ କୌଣସି ପ୍ରକାର କ୍ରିମିନାଲ କେସ୍ ନାହିଁ ବୋଲି ଦର୍ଶାଇବା ଅଭିଯୋଗରେ ଏହି ନୋଟିସ୍ ଜାରି କରାଯାଇଛି। ତଥ୍ୟ ଲୁଚାଇବା ଅଭିଯୋଗରେ ତାଙ୍କ ବିରୋଧରେ କାହିଁକି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂକ୍ରାନ୍ତରେ ୭ଦିନ ମଧ୍ୟରେ ଜବାବ ରଖିବାକୁ ଏହି ନୋଟିସ୍‌ରେ କୁହାଯାଇଛି। ଏହି ନୋଟିସ୍ ପରେ ଅର୍ଚ୍ଚନା ନାଗ୍‌ଙ୍କ ଆଡଭୋକେଟ୍ ଲାଇସେନ୍ସ ବାତିଲ୍ ହୋଇପାରେ ବୋଲି କୁହାଯାଉଛି।

ଗତ ୧୦ ତାରିଖରେ ଅର୍ଚ୍ଚନା ନାଗ୍ ରାଜ୍ୟ ଆଇନଜୀବୀ ପରିଷଦରେ ଆଡଭୋକେଟ୍ ଭାବେ ନିଜ ନାମ ପଞ୍ଜିକୃତ କରିଥିଲେ । ଏହି ଲାଇସେନ୍ସ ଦେବା ପରେ ରାଜ୍ୟ ଆଇନଜୀବୀ ପରିଷଦ ଜାଣିବାକୁ ପାଇଛି ଯେ, ତାଙ୍କ ବିରୋଧରେ କ୍ରିମିନାଲ କେସ୍ ପଡ଼ିରହିଛି। ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଅର୍ଚ୍ଚନା ନାଗ ଆଡଭୋକେଟ୍ ଲାଇସେନ୍ସ ପାଇଁ ଯେଉଁ ଆବେଦନ କରିଥିଲେ ସେଥିରେ ସେ କେତେକ ତଥ୍ୟ ଲୁଚାଇଥିବା ସାମ୍ନାକୁ ଆସିଥିଲା । ଉକ୍ତ ଫର୍ମର କଲମ୍-୨୦ରେ ତାଙ୍କ ବିରୋଧରେ କୌଣସି ପ୍ରକାର ଫୌଜଦାରୀ କେସ୍ ‘ନାହିଁ’ ବୋଲି ଉଲ୍ଲେଖ କରାଯାଇଛି । ତେଣୁ ଏହା ଉପରେ ସାତ ଦିନ ଭିତରେ ଯଦି ସେ ଉତ୍ତର ନ ରଖନ୍ତି ତାହେଲେ ରାଜ୍ୟ ଆଇନଜୀବୀ ପରିଷଦ ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.