ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ତୀରନ୍ଦାଜୀ ବିଶ୍ୱକପ: ଭାରତକୁ ୨ଟି ସ୍ୱର୍ଣ୍ଣ ସହ ୫ ପଦକ, ମହିଳା ବର୍ଗରେ ମଧୁରା ଜିତିଲେ ସ୍ୱର୍ଣ୍ଣ

Published By : Prameya | May 11, 2025 10:04 AM

ସାଙ୍ଘାଇ,୧୧/୦୫: ଚଳିତ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ମୋଟ ୫ଟି ପଦକ ମିଳିଛି । କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ଏହି ପଦକ ଜିତିଛନ୍ତି । ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ମଧୁରା  ଧମନଗାଓଁକର ଏବଂ ପୁରୁଷ ଦଳ ସ୍ୱର୍ଣ୍ଣ ଜିତିଥିବାବେଳେ ମହିଳା ଦଳକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ମିକ୍ସଡ୍‌ ଟିମ୍‌ରେ  ଅଭିଷେକ ବର୍ମା-ମଧୁରା ଯୋଡ଼ି ଓ ବ୍ୟକ୍ତିଗତ ଇଭେଣ୍ଟରେ ରିଷଭ ଯାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 

ମହିଳା ବ୍ୟକ୍ତିଗତ ଇଭେଣ୍ଟ  ଫାଇନାଲ୍‌ରେ ମଧୁରା ୧୩୯-୧୩୮ରେ  ଆମେରିକାର କାର୍ସନ କ୍ରାହିଙ୍କୁ ପରାସ୍ତ  କରିଥିଲେ । ପୂର୍ବରୁ ସେମି ଫାଇନାଲ୍‌ରେ  ସେ ୧୪୩-୧୪୧ରେ ତୁର୍କୀର ହେଜଲ  ବୁରୁନଙ୍କୁ ପରାଜିତ କରିଥିଲେ । ମଧୁରା  ଦ୍ୱିତୀୟ ଭାରତୀୟ ମହିଳା ତୀରନ୍ଦାଜ ଭାବେ  ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱକପ୍‌ ସ୍ୱର୍ଣ୍ଣ  ଜିତିଛନ୍ତି । ତାଙ୍କ ପୂର୍ବରୁ ଜ୍ୟୋତି ସୁରେଖା  ଭେନାମ ଏହି ସଫଳତା ଲାଭ କରିଥିଲେ । 

ପୁରୁଷ କମ୍ପାଉଣ୍ଡ ଟିମ୍‌ ଇଭେଣ୍ଟରେ  ଟପ୍‌ ସିଡ ମାନ୍ୟତା ପାଇଥିବା ଭାରତ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲା । ଓଜସ  ପ୍ରବୀଣ ଦେଓତାଲ, ଅଭିଷେକ ଶର୍ମା, ରିଷଭ ଯାଦବଙ୍କୁ ନେଇ ଗଠିତ ଭାରତୀୟ  ଦଳ ଫାଇନାଲ୍‌ରେ ମେକ୍ସିକୋ ଦଳକୁ  ୨୩୨-୨୨୮ରେ ପରାସ୍ତ କରିଥିଲେ। ପୁରୁଷ ଦଳର ଏହା କ୍ରମାଗତ ଦ୍ୱିତୀୟ  ବିଶ୍ୱକପ୍‌ ସ୍ୱର୍ଣ୍ଣ ପଦକ ରହିଥିଲା । ମାତ୍ର  ଜ୍ୟୋତି, ଚିକିତା ଓ ମଧୁରାଙ୍କୁ ନେଇ  ଗଠିତ ମହିଳା ଦଳ ଫାଇନାଲ୍‌ରେ  ୨୨୨-୨୩୪ରେ ମେକ୍ସିକୋ ନିକଟରୁ  ହାରିଯାଇଥିଲେ । 

ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ରିଷଭ  ବ୍ରୋଞ୍ଜ ଭେଟି ଦେଇଥିଲେ । ସେ ସୁଟ୍‌ ଅଫ୍‌ରେ  କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ । ମିକ୍ସଡ୍‌  ଟିମ୍‌ରେ ଟପ୍‌ ସିଡ୍‌ ଅଭିଷେକ ଓ ମଧୁରା  ଯୋଡ଼ି ସେମିରେ ବ୍ରିଟେନ ଯୋଡ଼ିଙ୍କ ନିକଟରୁ  ୧୫୮-୧୫୬ରେ ପରାଜିତ ହୋଇ ସ୍ୱର୍ଣ୍ଣ/ ରୌପ୍ୟ ଆଶା ଧୂଳିସାତ୍‌ କରିଥିଲେ । ମାତ୍ର  ବ୍ରୋଞ୍ଜ ଲଢ଼େଇରେ ଉଭୟ ୧୪୪-୧୪୨ରେ  ମାଲେସିଆ ଯୋଡ଼ିଙ୍କୁ ହରାଇଥିଲେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.