PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କାକୁଡି ଚୋପା, ଜାଣନ୍ତୁ ଏହାର ଚମତ୍କାର ଫାଇଦା

india

ନୂଆଦିଲ୍ଲୀ ୨୩/୦୩ : ଫଳ କିମ୍ବା ପନିପରିବାକୁ ନେଇ ପ୍ରାୟତଃ ଗୋଟିଏ ପ୍ରଶ୍ନ ମନକୁ ଆସେ ଯେ ଏହାକୁ କିପରି ଖାଇବା ଠିକ୍? ଚୋପା ସହ ନା ଚୋପା ଛଡାଇ ଖାଇବା ଉଚିତ୍।  ଏପରି ଏକ ପରିବା କାକୁଡି। କିଛି ଲୋକ କାକୁଡିର ଚୋପା ଛଡାଇ ଖାଉଥିବାବେଳେ ଆଉ କିଛି ଚୋପା ସହ ଖାଆନ୍ତି । କିନ୍ତୁ ପ୍ରଶ୍ନ ଉଠେ ଏଥି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟ ପାଇଁ ଭଲ? ୱେବଏମଡି ଅନୁଯାୟୀ, କାକୁଡି ଚୋପା ରେ ଭିଟାମିନ୍ କେ, ଭିଟାମିନ୍ ସି ସମେତ ଅନେକ ମିନେରାଲ୍ସ ଏବଂ ଭିଟାମିନ୍ ଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେଣୁ ଚୋପା ଛଡାଇ କାକୁଡି ଖାଇବା କୌଣସି କ୍ଷେତ୍ରରେ ଲାଭଦାୟକ ନୁହେଁ।

ସର୍ବପ୍ରଥମେ, ଯଦି ଆପଣ ଚୋପା ସହିତ କାକୁଡି ଖାଇବାକୁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଏହାକୁ ସଠିକ୍ ଭାବରେ ସଫା କରିବାକୁ ପଡିବ। କାରଣ କାକୁଡିକୁ ଗଚ୍ଛିତ ରଖିବା ପାଇଁ ଏଥିରେ ଅପ୍ରାକୃତିକ ସିନ୍ଥେଟିକ୍ ମହମ ବ୍ୟବହୃତ ହୁଏ । ଯଦି ଆପଣ ଏହାକୁ ସଫା ନକରି ଖାଇବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଚୋପା ସହ କାକୁଡି ଖାଇବାର ଫାଇଦା :

ଚୋପା ସହିତ କାକୁଡି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏହା ଅନ୍ତନଳୀ ଗତିକୁ ତ୍ୱରାନ୍ୱିତ କରିଥାଏ ଏବଂ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ।

ଓଜନ କମ୍ କରିଥାଏ :

ଯଦି ଆପଣ ଓଜନ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଖାଦ୍ୟରେ କାକୁଡି ଅନ୍ତର୍ଭୁକ୍ତ କରନ୍ତୁ । ଏହା ଦ୍ୱାରା, ଆପଣଙ୍କର ଇଚ୍ଛା ନିୟନ୍ତ୍ରଣରେ ରହିବା ସହ ମେଟାବୋଲିଜିମ୍ ଦ୍ରୁତ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆପଣ କାକୁଡିର ଚୋପା ନ ଛଡାଇ ଖାଆନ୍ତୁ । ଏଥିରେ ଫାଇବର ଏବଂ ରୁଗେଜ୍ ଭରପୂର ରହିଥାଏ। ଆହୁରି ମଧ୍ୟ, ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।

ସ୍କିନ୍ ଏଜିଙ୍ଗ୍ ରହିଥାଏ କଣ୍ଟ୍ରୋଲ୍ :

କାକୁଡି ସ୍କିନ୍ ଏଜିଙ୍ଗକୁ ନିୟନ୍ତ୍ରଣ କରିଥାଏ। ଏହା କୋଲାଜେନ୍ ଉତ୍ପାଦନକୁ ତ୍ୱରାନ୍ୱିତ କରିଥାଏ।