ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେଡି ଛାଡ଼ିଲେ ଦେବାଶିଷ ନାୟକ । ପୂର୍ବତନ ବରୀ-ଡେରାବିସ୍ ବିଧାୟକ
  • ||
  • ୩୪ ନୂଆ ଏନ୍‌ଏସି ଘୋଷଣାରେ ଲୋଇସିଂହା ବାଦ୍, ୧୨ ଘଣ୍ଟିଆ ବନ୍ଦ ଡାକରା
  • ||
  • ମାଲକାନଗିିରି: ଛତିଶଗଡ଼ କାଙ୍କେରରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ
  • ||
  • ବାଲିପାଟଣା ଥାନା ଭିତରେ ଯୁବକଙ୍କୁ ଛେଚିଲେ, ୨ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ୧୦ ବାଇକ ସହ ୩୦ ଯାତ୍ରୀ ଫସିଲେ
  • ||
  • ଯୁକ୍ତ ୨ ପରୀକ୍ଷା ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ୭୦ ମାର୍କର ପରୀକ୍ଷାରେ ୨୭ ମାର୍କର ସିଲାବସ୍‌ ବାହାର ପ୍ରଶ୍ନ
  • ||
  • ଡବ୍ଲ୍ୟୁପିଏଲ୍‌- ୨୦୨୪: ରୋମାଞ୍ଚକ ମୁକାବିଲା, ୟୁପି ୱାରିୟର୍ସଠୁ ୨ରନ୍‌ରେ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ
  • ||
  • ‘ଦିଲ୍ଲୀ ଚଲୋ’ ସ୍ଥଗିତ ରହିବା ପରେ ଖୋଲିଲା ଦିଲ୍ଲୀ-ହରିଆଣା ସୀମା, ଶମ୍ଭୁ ସୀମାରେ ଚାଷୀଙ୍କ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା
  • ||
  • ବାଙ୍ଖିଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଗଛରେ ପିଟି ହୋଇ ବାଇକ୍ ଚାଳକ ମୃତ
  • ||
  • ବର୍ଷିଲା ପରେ ଖସିଲା ତାତି: ୨୭ ଯାଏ ବର୍ଷା ସମ୍ଭାବନା, ୧୦ରୁ ଅଧିକ ଜିଲ୍ଲାରେ ପାଗ କୋହଲା
  • ||
  • ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଆଜି ‘ସୁଦର୍ଶନ ସେତୁ’ ଲୋକାର୍ପଣ, ସୌରାଷ୍ଟ୍ରକୁ ଦେବେ ୫୨,୨୫୦ କୋଟିର ପ୍ରକଳ୍ପ ଭେଟି
  • ||

ଆର୍‌କୁ ବିଧାୟକ ହତ୍ୟା ମାମଲା: ମାଓବାଦୀ ଡମ୍ବରୁ ଗିରଫ

କୋରାପୁଟ,୮ା୨(ଆପ୍ର): କୋରାପୁଟ ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଆନ୍ଧ୍ରପ୍ରଦେଶର ଆର୍‌କୁ ବିଧାୟକ କିଦାରୀ ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିବେରୀ ସୋମା ହତ୍ୟା ମାମଲାରେ ଆଜି କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ ଗିରଫ ହୋଇଛି ମାଓବାଦୀ ଡମ୍ବରୁ ଖିଲ(୨୩)କୁ । ଏସ୍‌ଡିଜେଏମ୍‌ ଜ୍ୟୋତିରଞ୍ଜନ ଦାସଙ୍କ କୋର୍ଟରେ ହାଜର କରାଯିବା ପରେ ତାକୁ ୩ ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି , ଆର୍‌କୁ ବିଧାୟକ ଶ୍ରୀ ରାଓ ଏବଂ ପୂର୍ବତନ ବିଧାୟକ ଶ୍ରୀ ସୋମାଙ୍କୁ ମାଓବାଦୀମାନେ ଗତବର୍ଷ ସେପ୍ଟେମ୍ବର ମାସରେ ଗୁଳିକରି ହତ୍ୟା କରିଥିଲେ । ଏ ସଂପର୍କରେ ୬୫/୨୦୧୮ରେ ଓଡ଼ିଶା ସୀମାନ୍ତ ଆନ୍ଧ୍ର ଡୁମୁରୀଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ଏନ୍‌ଆଇଏ ଜାରି ରଖିଛି । ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ପାଡ଼ୁଆ ଅଞ୍ଚଳରୁ ଡମ୍ବରୁକୁ ଗିରଫ କରାଯାଇଛି । ତା ଘର ପାଡ଼ୁଆ ଥାନା ଚାଟୁଆ ନିକଟ କୋଡେଇଖାଲରେ । ସେ ମାଓ ଡିଭିଜନ୍‌ର ନନ୍ଦପୁର ଏରିଆ କମିଟି ଅଧୀନରେ କାମ କରୁଥିଲା । ତା ପାଖରୁ ପୁଲିସ ଦୁଇଟି ମୋବାଇଲ୍‌ ଜବତ କରିଛି । ଆର୍‌କୁ ବିଧାୟକ ହତ୍ୟା ମାମଲା ସମେତ ଡମ୍ବରୁ ଆଉ କେଉଁ କେଉଁ ମାମଲାରେ ସମ୍ପୃକ୍ତ, ସେ ଦିଗରେ ତଦନ୍ତ ଚାଲିଥିବା କହିଛନ୍ତି ଏସ୍‌ପି ।
ଖବର ପାଇ ଏନ୍‌ଆଇଏର ଏକ ୪ ଜଣିଆ ଟିମ୍‌ ହାଇଦ୍ରାବାଦରୁ କୋରାପୁଟରେ ପହଞ୍ଚିଥିଲେ । ଗିରଫ ଡମ୍ବରୁକୁ ଅଧିକ ପଚରାଉଚରା କରିବା ଲାଗି ୩ ଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେବା ପାଇଁ ପ୍ରାର୍ଥନା କରିଥିଲା ଏନ୍‌ଆଇଏ । କୋର୍ଟ ଅନୁମତି ଦେବା ପରେ ସନ୍ଧ୍ୟାରେ ତାକୁ ନିଜ ହେପାଜତକୁ ନେଇଥିଲା ଏନ୍‌ଆଇଏ ।
ସୂଚନା ଥାଉକି, ଗତବର୍ଷ ସେପ୍ଟେମ୍ବର ମାସରେ ନନ୍ଦପୁର ବ୍ଲକର ଓଡ଼ିଶା ସୀମାରୁ ମାତ୍ର ୪କିମି ଦୂର ଡୁମୁରୀଗୁଡ଼ା ନିକଟରେ ମାଓବାଦୀମାନେ ଆନ୍ଧ୍ର ଶାସକ ଦଳର ଏହି ଦୁଇ ନେତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଉଭୟ ନେତା ଡୁମରୀଗୁଡ଼ା ମଣ୍ଡଳରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଡ଼ିରେ ଫେରୁଥିବା ବେଳେ ମାଓବାଦୀମାନେ ଯୋଜନାବଦ୍ଧ ଭାବେ ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ । ପ୍ରଥମେ ଦୁଇ ନେତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଙ୍ଗରକ୍ଷୀମାନଙ୍କୁ କାବୁକରି ସେମାନଙ୍କ ପାଖରୁ ବନ୍ଧୁକ ଛଡ଼ାଇ ନେଇଥିଲେ । ପରେ ପରେ ଉଭୟ ନେତାଙ୍କୁ ଅଟକାଇ ଅତି ନିକଟରୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.