PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଗାଁ ଲୋକେ ହୋଲି ଖେଳୁଥିବା ବେଳେ ହଠାତ ତୋପରୁ ବାହାରିଲା ଗୁଳି, ତିନି ମୃତ

ପାଟନା: ବିହାର ଗୟା ଜିଲ୍ଲାରେ ସୈନ୍ୟ ଅଭ୍ୟାସ ସମୟରେ ଛାଡ଼ି ଯାଇଥିବା ତୋପର ଏକ ଗୁଳି ବାହାରିବରୁ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ବେଳେ ଗ୍ରାମର ସବୁ ଲୋକ ହୋଲି ଖେଳୁଥିଲେ। ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ସିଟି ଏସପିଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳକୁ ଯାଇଛି। ଫାଇରିଂ ରେଞ୍ଜ ବାହାରେ କେମିତି ତୋପ ଆସିଲା ସେ ନେଇ ପୁଲିସ ତଦନ୍ତ କରୁଛି।

ସୂଚନା ଅନୁସାରେ, ଏପରି ଅଭାବନୀୟ ଘଟଣା ଘଟିଛି ଗୟା ଜିଲ୍ଲା ବାରଚଟ୍ଟି ଥାନା ସ୍ଥିତ ଗୁଲରୱେଦ ଗ୍ରାମରେ। ଏଠାରେ ହୋଲି ଖେଳିବାକୁ ଗ୍ରାମର ଅନେକ ଲୋକ ଏକାଠି ହୋଇଥିଲେ। ଏନେଇ ଗୟା ଏସପି ଆଶୀଷ ଭାରତୀ କହିଛନ୍ତି, ମୃତକଙ୍କ ମଧ୍ୟରେ ଗୁଲରୱେଦ ଗ୍ରାମର ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆହତ ହୋଇଥିବା ଦୁଇ ମହିଳାଙ୍କ ସମେତ ତିନି ଜଣ ଲୋକଙ୍କୁ ଚିକିତ୍ସା ପାଇଁ ଗୟା ସହର ସ୍ଥିତ ଅନୁଗ୍ରହ ନାରାୟଣ ମଗଧ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ରିପୋର୍ଟ ଅନୁସାରେ, ମୃତକମାନେ ହେଲେ ଗୋବିନ୍ଦ ମାଝି, ସୁରଜ କୁମାର ଓ କଞ୍ଚନ କୁମାରୀ। ସେହିଭଳି ଆହତମାନେ ହେଲେ ଗୀତା କୁମାରୀ, ରାସୋ ଦେବୀ ଓ ପିଣ୍ଟୁ ମାଝି।

ସମ୍ବନ୍ଧିତ ଖବର