ପୁଣି ସୀମାରେ ସେନା ଅଫିସର ଶହୀଦ

ଶ୍ରୀନଗର,୧୬।୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣର ଦୁଃଖ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ସୀମାରେ ପୁଣିଜଣେ ଯବାନ ଟଳି ପଡିଛନ୍ତି ଆଇଇଡି ବିସ୍ଫୋରଣରେ। ନୌସେରା ସେକ୍ଟରରେ ନିୟନ୍ତ୍ରଣ ରେଖାର ୧.୫ କିଲୋମିଟର ଦୂରରେ ଆତଙ୍କବାଦୀମାନେ ଆଇଆଇଡି ଲଗାଇଥିଲେ। ଏହାକୁ ନିଷ୍କ୍ରିୟ କରିବାକୁ ଯିବା ସମୟରେ ମେଜର ରାଙ୍କର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି। ସେ ସେନାରେ ଇଞ୍ଜିନିୟରିଂ କର୍ପସରେ କାଯ୍ୟରତ ଥିଲେ।