PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସେନାର ବଡ଼ ପଦକ୍ଷେପ,ପ୍ରଥମ ଥର ମହିଳାଙ୍କ ପାଇଁ ହେବାକୁ ଯାଉଛି ଏଭଳି କାମ

ନୂଆଦିଲ୍ଲୀ,୨୪।୭: ମହିଳା ସଶକ୍ତିକରଣକୁ ଉଦେଶ୍ୟ ନେଇ ଚାଲୁଥିବା ମୋଦି ସରକାର ଏବେ ଏହି ଦିଗରେ ଏକ ବଡଧରଣର ପଦକ୍ଷେପ ନେବାକୁ ଯାଉଛନ୍ତି। ସେନାରେ ମହିଳାଙ୍କୁ ପରମାନେଣ୍ଟ କମିଶନ୍ ଦେବାର ପକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ଖୁବ୍ ଶୀଘ୍ର ସର୍ଟ ସର୍ଭିସ କମିଶନ ଜରିଆାରେ ସେନାରେ ଯୋଗ ଦେଉଥିବା ମହିଳାଙ୍କୁ ପରମାନେଣ୍ଟ କମିଶନର ମଧ୍ୟ ବିକଳ୍ପ ଦିଆଯିବ। ଏଥିପାଇଁ ଜରୁରୀ କ୍ଷେତ୍ର ଓ ବିଭାଗର ଚିହ୍ନଟ କରିନିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ସେହି ସମସ୍ତ ୧୦ଟି ବିଭାଗରେ ମହିଳାଙ୍କୁ ପରମାନେଣ୍ଟ କମିଶନ ଦେବାର ଫାଇଲ ଉପରେ ଦ୍ରୁତ ଗତିରେ କାମ କରୁଛନ୍ତି, ଯେଉଁଠାରେ ଏପର୍ଯ୍ୟନ୍ତ ମାତ୍ର କିଛି ବର୍ଷ ପାଇଁ କାମ କରୁଥିଲେ। ଏପର୍ଯ୍ୟନ୍ତ କେବଳ ୪ ବର୍ଷର ସର୍ଟ ସର୍ଭିସ କମିଶନ୍ ହେବାର ଥିଲା। କେବଳ ବିଚାରପତି, ଆଡଭକେଟ୍ ଜେନେରାଲ ଓ ଆର୍ମି ଏଜୁକେଶନ୍ କୋରରେ ତାଙ୍କୁ ପରମାନେଣ୍ଟ କମିଶନ୍ ପ୍ରଦାନ କରାଯାଉଥିଲା। କିନ୍ତୁ ବାକି ବିଭାଗରେ ପରମାନେଣ୍ଟ କମିଶନ୍ ପାଇଁ ପଲିସି ତିଆରି କରିବାର ପକ୍ରିୟା ଅନ୍ତିମ ପର୍ଯ୍ୟାୟରେ ରହିଛି। ପରମାନେଣ୍ଟ କମିଶନର ରୂପରେଖରେ ବଜେଟ, ଖର୍ଚ୍ଚ, ପେନଶନ୍ ଆଦିର ଅନୁମାନ କରାଯାଇ ହେବ।

ପରମାନେଣ୍ଟ କମିଶନରେ ମହିଳାଙ୍କୁ ୫୪ ବର୍ଷ ବୟସ ପର୍ଯ୍ୟନ୍ତ ଚାକିରି କରିପାରିବେ। ସେନା ଖୁବ୍ ଶୀଘ୍ର ଏହି ପଲିସି ତିଆରି କରି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଇବାକୁ ଯାଉଛି। ଏହି ୧୦ଟି ବିଭାରେ ସିଗନାଲ, ଆଭିଏସନ୍, ଏୟାର ଡିଫେନ୍ସ, ଇଲୋଟ୍ରୋନିକ୍ସ ଓ ମେକାନିକାଲ ଇଞ୍ଜିନିୟରିଂ, ଆର୍ମି ସର୍ଭିସ କୋର, ଅର୍ଡିନାନ୍ସ ଓ ଇଣ୍ଟେଲିଜେନ୍ସ ମଧ୍ୟ ସାମିଲ ରହିଛି। ଏହି ସମସ୍ତ ସ୍ଥାନରେ ମହିଳାଙ୍କୁ ପରମାନେଣ୍ଟ କମିଶନ୍ ମିଳିପାରିବ।  ଏହା ଦେଶ ପାଇଁ ଏକ ଐତିହାସିକ ସୁଯୋଗ ରହିବ।