ପ୍ରମୂଖ ଖବର
  • ଭାପୁର : ବ୍ରିଜ ନିର୍ମାଣ ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକ ମୃତ, ଜଣେ ଆହତ
  • ||
  • ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା
  • ||
  • ଛତ୍ରପୁର : ହୁମା ନିକଟ ଜାତୀୟ ରାଜପଥ ଉପରେ ଲୁଟ୍‌ ଉଦ୍ୟମ, କାର୍‌ ଉପରକୁ ୮ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ ଓଡ଼ିଶା ଏଫ୍‌ସି
  • ||
  • ରାଉରକେଲା ରେଳ ଷ୍ଟେସନରୁ ୫୮କେଜି ରୂପା ଜବତ, ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି
  • ||
  • ଟାଙ୍ଗୀ : ନିମ୍ୱ ଗଛରୁ ବୋହୁଛି କ୍ଷୀର, ଗଛକୁ ପୂଜା କରୁଛନ୍ତି ଲୋକେ
  • ||
  • ହାଇଦ୍ରାବାଦରେ ଅଲ୍ଲୁଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା, ମହିଳା ମୃତ,ଏକାଧିକ ଆହତ
  • ||
  • ମନି ଲଣ୍ଡରିଂ ମାମଲାରେ ଆଇଏସ ସଂଞ୍ଜୀବ ହଂସଙ୍କ ବଢିଲା ଅଡୁଆ, ୧୩ ସ୍ଥାନରେ ରେଡ଼୍
  • ||
  • ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ
  • ||
  • ଓୟୁଏଟି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ, ସନ୍ଧ୍ୟାରେ ଜୁଡିସିଆଲ କମ୍ପେ୍ଲକ୍ସର କରିବେ ଉଦ୍‌ଘାଟନ
  • ||
  • ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ
  • ||
  • ଭଦ୍ରକ : ବେକରେ ଛୁରୀ ଲଗାଇ ଲୁଟ୍‌ କଲେ ୬ ଦୁର୍ବୃତ୍ତ, ପରିବାରର ୪ ସଦସ୍ୟ ଆହତ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନବିସ; ଅଜିତ, ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ
  • ||
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

କାନାଡାରେ ଗିରଫ ଖଲିସ୍ତାନୀ ଅର୍ଶ ଡଲ୍ଲାକୁ ଅଣାଯିବ କି ଭାରତ ? ଆକ୍ସନରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ – ଭାରତର ୱାଣ୍ଟେଡ ଖଲିସ୍ତାନୀ ଆତଙ୍କୀ ଅର୍ଶ ସିଂହ ଗିଲ୍‌ ଓରଫ ଅର୍ଶ ଡଲ୍ଲାକୁ କାନାଡାରେ ଗିରଫ କରାଯାଇଛି। ଅର୍ଶ ଡଲ୍ଲା ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିବା କୁହାଯାଉଛି। ଏହି ମାମଲାକୁ ନେଇ କାନାଡାର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡ଼ିଆରେ ମଧ୍ୟ ବ୍ୟାପକ କଭରେଜ୍ ହେଉଛି। ଭାରତର ବିଦେଶ ମନ୍ତ୍ରଣାଳୟ (ଏମଇଏ)ର ଅଫିସିଆଲି ପ୍ରବକ୍ତା ଏହି ଗିରଫଦାରୀ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ପାଇଁ ଓଣ୍ଟାରିୟୋ କୋର୍ଟ ତାରିଖ ସ୍ଥିର କରିଛନ୍ତି।

 MEAର ଅନୁସାରେ, ଭାରତର ବିଭିନ୍ନ ଏଜେନ୍ସିମାନେ ଏବେ ଅର୍ଶ ଡଲ୍ଲାର ପ୍ରତ୍ୟର୍ପଣ ପାଇଁ ଆବଶ୍ୟକ ପଦକ୍ଷେପ ଉଠାଇବେ। ଅର୍ଶ ଡଲ୍ଲାର ଭାରତରେ ଅପରାଧିକ ରେକର୍ଡ ଓ କାନାଡାରେ ତାର ବେଆଇନ କାର୍ଯ୍ୟକଳାପ ଗୁଡିକରେ ସଂପୃକ୍ତିକୁ ଦେଖି ଏହି ଆଶା କରାଯାଉଛି ଯେ ,ତାକୁ ବିଚାର ପାଇଁ ଭାରତ ଅଣାଯିବ। 

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସ୍ୱାଲ ଅର୍ଶ ଡଲ୍ଲାର ଗିରଫଦାରୀର ଖବର ଉପରେ ମିଡ଼ିଆର ପ୍ରଶ୍ନର ଜବାବରେ କହିଛନ୍ତି , ଆମେ ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ତଥା ଘୋଷିତ ଅପରାଧି ଅର୍ଶ ସିଂହ ଗିଲ୍‌ ଓରଫ୍‌ ଅର୍ଶ ଡଲ୍ଲାର କାନାଡରେ ଗିରଫଦାରୀ ଉପରେ ୧୦ ନଭେମ୍ୱରରୁ ପ୍ରସାରିତ ମିଡ଼ିଆ ରିପୋର୍ଟ ଦେଖିଛୁ। କାନାଡିଆନ ପ୍ରିଣ୍ଟ ଓ ଭିଜୁଆଲ ମିଡ଼ିଆ ଗିରଫଦାରୀ ଉପରେ ବ୍ୟାପକ ଭାବେ ରିପୋର୍ଟ ଦେଇଛି। ଆମେ ବୁଝିବା କି ଓଣ୍ଟାରିୟୋ କୋର୍ଟ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛି। 

କହି ରଖୁଛୁ କି , ଅର୍ଶ ଡଲ୍ଲା ବିରୋଧରେ ଭାରତରେ ହତ୍ୟା , ହତ୍ୟାକାଣ୍ଡର ପ୍ରୟାସ , ଧମକ ଦେଇ ଟଙ୍କା ମାଗିବା  ଓ ଆତଙ୍କୀ କାର୍ଯ୍ୟକଳାପ ସହ ୫୦ରୁ ଅଧିକ ମାମଲାରେ କେସ୍‌ ରୁଜୁ ହୋଇଛି।  ମେ ୨୦୨୨ରେ ଅର୍ଶ ଡଲ୍ଲା ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଇ ଥିଲା ଏବଂ ୨୦୨୩ରେ ଭାରତ ସରକାର ତାକୁ ଏକ ବ୍ୟକ୍ତିଗତ ଆତଙ୍କବାଦୀ ଭାବେ ନାମିତ କରିଥିଲା। 

ଏହା ବ୍ୟତୀତ ଜୁଲାଇ ୨୦୨୩ରେ ଭାରତ କାନାଡା ସରକାରଙ୍କ ଠାରୁ ଏହାର ଅସ୍ଥାୟୀ ଗିରଫଦାରୀ ପାଇଁ ଅନୁରୋଧ କରି ଥିଲା, ଯାହାକୁ ଏହି ସମୟରେ ଖାରଜ କରାଯାଇ ଥିଲା। ଏବେ ଏମଇଏ କହିଛି କି, ଏହି ମାମଲାରେ ଅତିରିକ୍ତ ସୂଚନା ମଧ୍ୟ ସେୟାର କରାଯାଇଛି। ଏହି ତାଜା ଗିରଫଦାରୀ ପରେ ଏମଇଏର ଏହି ବୟାନ ଭାରତ –କାନାଡା ମଧ୍ୟରେ ଆତଙ୍କବାଦ ଓ ଅପରାଧ ବିରୋଧରେ ସହଯୋଗକୁ ନେଇ ନୂଆ ଆଶା ଜାଗ୍ରତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.