ରାୟଗଡା, ୧୬।୫ : ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡରେ ତିନି ଜଣ ଅଭିଯୁକ୍ତକୁ ଗିରଫ୍ କରିଛି ରାୟଗଡା ପୁଲିସ । ବିହାର ରାଜ୍ୟର ମଦନପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ରାଜ ସିମିଲି ଓ ଅକ୍ଷୟ ସାମଲକୁ ପୁଲିସ ଗିରଫ୍ କରିଛି । ଏନେଇ ସୂଚନା ଦେଇଛନ୍ତି ରାୟଗଡା ଏସପି ସ୍ବାତୀ ଏସ୍. କୁମାର । ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ପୁଲିସ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ଏକାଧିକ ଅପରାଧି ସାମିଲ ଥିବା ବେଳେ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାକୁ ଜାଲ ବିଛାଇଛି । ଏଥିପାଇଁ ମୋଟ୬ଟି ଟିମ୍ ଗଠନ କରି ତଦନ୍ତ କରାଯାଉଛି ।
ସୂଚନାଯୋଗ୍ୟ ଯେ, ରାୟଗଡ ସହରରେ ଗତ ୯ ତାରିଖ ରାତିରେ ନିଖିଲକୁ କିଛି ଦୁର୍ବୃତ୍ତ ମାନେ ଇନ୍ଦିରା ନଗର ତୃତୀୟ ଗଳିରେ ଗୁଳି କରି ଏକ ବୋଲେରୋ ଗାଡିରେ ଅପହରଣ କରିଥିଲେ। ନାଗାବଳୀ ନଦୀ ପାଠରୁ ଶବକୁ ଜବତ କରିଥିଲା ପୋଲିସ।ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦାମାନେ ରାୟଗଡା ଥାନା ଘେରାଉ କରି ପ୍ରତିବାଦ କରିଥିଲେ। ଏପରିକି ନିଖିଲଙ୍କ ମୃତଦେହ ଧରି ସ୍ଥାନୀୟ ଲୋକ ଶୋଭାଯାତ୍ରା କରିଥିଲେ।
ଆହୁରି ପଢନ୍ତୁ : ନିର୍ମାଣାଧୀନ କାନ୍ଥ ଭୁଶୁଡି ଶ୍ରମିକ ମୃତ