PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଜେଇଇ(ମେନ) ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଚିଟିଂ କରିବାରେ ସାହାଯ୍ୟ କରିଥିଲେ ରୁଷିଆ ହ୍ୟାକେର, କୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲା ସିବିଆଇ

PIC- INTERNET

ନୂଆଦିଲ୍ଲୀ: କୋର୍ଟରେ ସିବିଆ ଆଣିଲା ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ। ରୁଷିଆ ହ୍ୟାକର୍‌ ମିଖାଇଲ ଶାର୍ଗିନ୍‌ଙ୍କୁ ନେଇ ସିବାଇ କୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଛି ଯେ ମିଖାଇଲ ଶାର୍ଗିନ୍‌ ଛାତ୍ର ଛାତ୍ରୀମାନଙ୍କୁ ଧୋକାଦାରୀ କରିବାରେ ଅଧିକ ସାହାଯ୍ୟ କରିଥିଲେ। ଗତ ବର୍ଷ ଅନୁଷ୍ଠିତ ଆଇଆଇଟି ଜେଇଇ (ମେନ୍) ପରୀକ୍ଷାର ମନିପ୍ୟୁଲେସନ୍ ଘଟଣାର  ସିବିଆଇ ସୋମବାର ରୁଷିଆ ନାଗରିକ ମିଖାଇଲ୍ ଶାର୍ଗିନଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରିଥିଲା। ମଙ୍ଗଳବାର ମିଖାଇଲଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯାଇଛି।

ସିବିଆଇ କୋର୍ଟରେ କହିଛି, ଆଇଆଇଟି ପ୍ରବେଶ ପରୀକ୍ଷା ଅନଲାଇନ ସିଷ୍ଚମରେ ହେରଫେର କରିବା ପାଇଁ ହ୍ୟାକେର ମିଖାଇଲ ୮୨୦ ଛାତ୍ର ଛାତ୍ରୀଙ୍କୁ ଧୋକାଦାରୀ କରିବା ପାଇଁ ସହାୟିତା କରିଥିଲେ। ଏହା ପ୍ରାରମ୍ଭିକ ତଦନ୍ତରୁ କେଇଁଗୁଣା ଅଧିକ ରହିଛି। କୋର୍ଟ ୨୫ ବର୍ଷୀୟ ମିଖାଇଲଙ୍କୁ ଦୁଇ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଥିଲେ। ସିବିଆଇକୁ ତଦନ୍ତରୁ ଜଣାପଡ଼ିଥିଲା ଯେ ମିଖାଇଲ ଇଲିଅନ ସଫ୍ଟୱେୟାରରେ ଟ୍ୟାମ୍ପରିଂ କରିଥିଲେ। ଏହି ସଫ୍ଟୱେର୍‌ରେ JEE (Main) -୨୦୨୧ ପରୀକ୍ଷା କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ପରୀକ୍ଷା ସମୟରେ ସନ୍ଦିଗ୍ଧ ପ୍ରାର୍ଥୀଙ୍କ କମ୍ପ୍ୟୁଟର ସିଷ୍ଟମ ହ୍ୟାକ୍ କରିବାରେ ମିଖାଇଲ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ।

ଗତ ବର୍ଷ ସେପ୍ଟେମ୍ୱର ହୋଇଥିବା ପରୀକ୍ଷାରେ ୯ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇଥିଲେ। ଏହି ପରୀକ୍ଷା କେବଳ ଅନଲାଇନ ହିଁ ଦିଆଯାଇଥିଲା। ପରୀକ୍ଷା ଖୁବ୍‌ ସୁରକ୍ଷିତ କମ୍ୟୁଟରରେ କରାଯାଇଥିଲା। ତଦନ୍ତ ବେଳେ କୁହାଯାଇଛି ମିଖାଇଲ ଶାର୍ଗିନ୍‌ ଏହି କମ୍ୟୁଟରଗୁଡ଼ିକୁ ହ୍ୟାକ କରିଥିଲା।

ସମ୍ବନ୍ଧିତ ଖବର