ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅର୍ଶଦୀପ ନିଜର ବଲରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଛନ୍ତି । ନିଜର ବୋଲିଂ ପାଇଁ ବେଶ ଚର୍ଚ୍ଚାରେ ରହୁଥିବା ଅର୍ଶଦୀପ ଏବେ ପ୍ରେମରେ ପଡ଼ିଥିବା ନେଇ ଆରମ୍ଭ ହୋଇଛି ଆଲୋଚନା । ନିକଟରେ ଅର୍ଶଦୀପ ତାଙ୍କର ସ୍ନାପଚାଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଜଣେ ଝିଅ ରହିଥିଲେ । ତାଙ୍କ ମୁହଁ ଭଲରେ ଦିଶୁନଥିଲା । ତେବେ ସେ କିଏ ଏ ସମ୍ପର୍କରେ ଜାଣିବା ପାଇଁ ଫ୍ୟାନ୍ସମାନେ ଖୋଜିବାକୁ ଆରମ୍ଭ କରିଥିବାବେଳେ ଅର୍ଶଦୀପଙ୍କ ନାଁ ସହ ଯୋଡ଼ି ହୋଇଛି ସମରିନ୍ କୌରଙ୍କ ନାମ ।
Pakda gaya sher... They look good together ngl pic.twitter.com/8rrHYnbz4l
— Dhillon (@sehajdhillon_) April 12, 2026
ପଞ୍ଜାବୀ ମଡେଲ ତଥା ଅଭିନେତ୍ରୀ ସମରିନଙ୍କ ଫଟୋକୁ ଅର୍ଶଦୀପ ଜାଣିଶୁଣି ପୋଷ୍ଟ କରିଥିବାବେଳେ ନିଜର ସମ୍ପର୍କକୁ ସେ କନଫର୍ମ କରିବାକୁ ଚାହୁଁଥିବା ଅନେକ ଦାବି କରୁଛନ୍ତି । କାରଣ ସେ ପୋଷ୍ଟ କରିଥିବା ଫଟୋରେ ମୁହଁ ଜଣା ପଡ଼ୁନି ସତ କିନ୍ତୁ ତାଙ୍କ ହାତରେ ଥିବା ଟୁଟୁ ଜଣାପଡ଼ୁଛି । ଯେଉଁଥିରୁ ଏଭଳି ଅନୁମାନ କରାଯାଉଛି ।
ସମରିନଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ପଞ୍ଜାବୀ ଫିଲ୍ମ ଜଗତରେ ବେଶ ଜଣାଶୁଣା । ଏହାସହ ସେ ବହୁ ହିଟ୍ ଆଲବମରେ ମଧ୍ୟ ବୋଲ୍ଡ ଲୁକରେ ନଜର ଆସିଛନ୍ତି । ବଲିଉଡରେ ମଧ୍ୟ ଛୋଟ ଅଭିନୟ କରି ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି ।
IPL 2026 ସିଜିନ୍ ସମୟରେ, ସମରିନ୍ ଅନେକ ମ୍ୟାଚ୍ ରେ ପଞ୍ଜାବ କିଙ୍ଗସ୍କୁ ସମର୍ଥନ କରୁଥିବା ଷ୍ଟାଣ୍ଡରେ ଦେଖାଯାଇଛନ୍ତି । ଷ୍ଟାଡିୟମରେ ତାଙ୍କର ବାରମ୍ବାର ଉପସ୍ଥିତି ପ୍ରଶଂସକମାନଙ୍କୁ ଅର୍ଶଦୀପ ସିଂହଙ୍କ ସହ ତାଙ୍କର ବିଶେଷ ସମ୍ପର୍କକୁ ଇଙ୍ଗିତ କରିଛି । ଅର୍ଶଦୀପ ପଞ୍ଜାବ କିଙ୍ଗସ୍ ପାଇଁ ଖେଳିବା ସମୟରେ ତାଙ୍କର ସ୍ୱିଙ୍ଗ୍ ଏବଂ ଡେଥ୍-ଓଭର ବୋଲିଂ ପାଇଁ ପୂର୍ବରୁ ଚର୍ଚ୍ଚା ସୃଷ୍ଟି କରିଆସୁଛନ୍ତି, କିନ୍ତୁ ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ସମାନ ଭାବରେ ଧ୍ୟାନ ଆକର୍ଷଣ କରୁଛି।
ଏହାସହ ପଢ଼ନ୍ତୁ : ମନ୍ଦିରରୁ ଚୋରି କଲେ ଠାକୁରଙ୍କ ଡର, ମୁସଲିମ ଚୋରଙ୍କୁ କାମରେ ଲଗାଇଥିଲା ମାଷ୍ଟରମାଇଣ୍ଡ୍