ନୂଆଦିଲ୍ଲୀ : ମନରେ ରହିଛି ଭୟ । ଯଦି ମନ୍ଦିରରୁ ଚୋରି କରିବି ତାହେଲେ ଭଗବାନ ମୋତେ ଦଣ୍ଡ ଦେବେ । ନିଜେ ଠାକୁରଙ୍କ ଜିନିଷ ଚୋରାଇଲେନି ହେଲେ ମୁସଲି୍ ଯୁବକଙ୍କୁ ଲଗାଇ ଚୋରି କରାଇଲେ । ଧର୍ମନଗରୀ ଚିତ୍ରକୁଟରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଏକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ । ହେଲେ ଏହି ଗ୍ୟାଙ୍ଗର ମୁଖ୍ୟ ଜଣେ ହିନ୍ଦୁ । ଯାହାଙ୍କଠାରୁ ସମ୍ପୂର୍ଣ୍ଣ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଛି ପୁଲିସ ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଗ୍ୟାଙ୍ଗର ମୁଖ୍ୟ ହେଉଛନ୍ତି ବିଜୟ ଶୁକ୍ଲା । ସେ ବିଶ୍ବାସ କରନ୍ତି କି, ଠାକୁରଙ୍କ ଜିନିଷ ଯଦି ଚୋରି କରିବେ ତାହେଲେ ଦଣ୍ଡ ପାଇବେ । ଯେଉଁ କାରଣରୁ ସେ ମୁସଲିମ ଯୁବକ ବାବର ଶାହଙ୍କ ସାହାର୍ଯ୍ୟରେ ଚୋରି କରୁଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ମଙ୍ଗଳବାର ଏବଂ ଶନିବାରରେ ସେ ଚୋରି କରୁନଥିଲେ । ଯାହା ଶୁଣିବା ପରେ ପୁଲିସ ତାଙ୍କୁ ଏହାର କାରଣ ପଚାରିଥିଲା । ଆଉ ସେ କହିଥିଲେ କାହିଁକି ଏମିତି କରୁଥିଲେ ।

ଏହାସହ ପଢ଼ନ୍ତୁ : ୧୯ ବର୍ଷ ବୟସରେ ବାହାଘର, ୨୨ ବର୍ଷ ପରେ ଛାଡ଼ପତ୍ର : ବେଶ ରୋଚକ ଶୁଭାଙ୍ଗୀଙ୍କ ଜୀବନ କାହାଣୀ

ବିଜୟ କହିଥିଲେ କି, ମୁଁ ମଙ୍ଗଳବାର ଏବଂ ଶନିବାର ଭକ୍ତିରେ ରହେ । ଦିନରେ ମନ୍ଦିର ବୁଲେ ଏବଂ ସେଠାରେ ଠାକୁରଙ୍କ ପାଖରେ କ’ଣ ରହିଛି ଏହା ଉପରେ ନଜର ପକାଏ । ଠାକୁରଙ୍କ ମୁକୁଟ ଏବଂ ଅନ୍ୟ ଅଳଙ୍କାର ଉପରେ ମୋର ଜର ରହିଥାଏ । ତେବେ ଏଗୁଡ଼ିକୁ କିପରି ଚୋରି ହେବ ଏଥିଲାଗି ଯୋଜନା କରେ । ମୋ ସହଯୋଗୀ ବାବର ଗର୍ଭଗୃହକ ପଶନ୍ତି ଏବଂ ସେ ସବୁ ଲୁଟନ୍ତି । ମୋର ଠାକୁରଙ୍କ ଉପରେ ବହୁତ ଭୟ । ତେଣୁ ମୁଁ କେବଳ ଠିକଣା ଦିଏ ଏବଂ ବାହାରେ ଜଗି ରହିଥାଏ ବୋଲି କହିଛନ୍ତି ।

ସେପଟେ ବିଜୟଙ୍କ କଥା ଯଦି କହିବା ତାହେଲେ ସେ ୨୦ ବର୍ଷ ପୂର୍ବେ ଏକ ହତ୍ୟା କରିଥିଲେ । ନିଜର ପରିଚୟ ଲୁଚାଇ ଆଗ୍ରାରୁ ଚିତ୍ରକୁଟରେ ରହୁଥିଲେ । ସେ ଜଣେ ଭଲ ଲେଖକ ମଧ୍ୟ । ପ୍ରଥମେ କେହି ତାଙ୍କୁ ସନ୍ଦେହ କରୁନଥିଲେ । ମାତ୍ର ସିରିଜ ଲୁଟ ହେବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେବା ସହ ନଜର ରଖିଥିଲା । ଆଉ ପରେ ଏହି ଗ୍ୟାଙ୍ଗ ଧରା ପଡ଼ିଛନ୍ତି ।

ଏହାସହ ପଢ଼ନ୍ତୁ : ପ୍ରସିଦ୍ଧ କ୍ରିଷ୍ଣାଙ୍କ କମାଲ ବୋଲିଂ: ଗୁଜୁରାଟକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା ଲକ୍ଷ୍ନୌ