PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସୁଜୈନ ଖାନଙ୍କୁ ବିବାହ କରିବା ନେଇ ଅର୍ସଲାନ ଗୋନି ଦେଲେ ଜବାବ – କହିଲେ , କେମିତି ଜାଣିଲ ?

ମୁମ୍ୱାଇ : ହ୍ରିତିକ୍‌ ରୋଶନଙ୍କ ଏକ୍ସ ୱାଇଫ୍‌ ସୁଜୈନ ଖାନ ଓ ଅର୍ସଲାୱ ଗୋନୀଙ୍କର ରିଲେଶନସିପ୍‌ର ଖବର ଦୀର୍ଘ ଦିନରୁ ଚର୍ଚ୍ଚାରେ ରହିଛି। ଉଭୟ ନିଜର ଘନିଷ୍ଠତାକୁ ବି ଲୁଚାଇ ନାହାନ୍ତି। ନିକଟରେ ଖବର ଆସିଥିଲା ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ଖବରକୁ ନେଇ ଏବେ ଅର୍ସଲାନି ଗୋନିଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତାଙ୍କର କହିବା ହେଲା କି , ସେ ନିଜର ପର୍ସନାଲ ଲାଇଫ୍‌ ଉପରେ କିଛି କହିବାକୁ ପସନ୍ଦ କରନ୍ତି ନାହିଁ । ସେ ଆଶ୍ଚର୍ଯ୍ୟ ହୋଇଛନ୍ତି କି , ଖବର ଲେଖିବା ଲୋକ କେଉଁଠୁ ଏହା ଜାଣି ପାରୁଛନ୍ତି ।

ଅର୍ସଲାନ ଗୋନି ଓ ସୁଜୈନ ଖାନ  ନିଜର ସଂପର୍କରେ ଅଫିସିଆଲ ମୋହର ଲଗେଇ ନାହାନ୍ତି । କିନ୍ତୁ ସେମାନେ ପ୍ରତି ସ୍ଥାନରେ ଏକାଠି ନଜର ଆସୁଛନ୍ତି । ତାଙ୍କର ନକଟତମ ଲୋକଙ୍କ ଠାରୁ ମଧ୍ୟ ଏକଥା ସ୍ପଷ୍ଟ ହୋଇ ସାରିଛି କି ଉଭୟ ସାଥିରେ ଅଛନ୍ତି , ଆଉ ଖୁବ୍‌ ଖୁସିରେ ଅଛନ୍ତି।

ଏବେ ଉଭୟଙ୍କର ବିବାହର ଖବର ଆସିଛି । ଏହି ଖବରକୁ ନେଇ  ହିନ୍ଦୁସ୍ତାନ ଟାଇମ୍ସ ଡଟ୍‌ କମ୍‌ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲା । ଏହା ଉପରେ ଅର୍ସନାଲ ଜବାବ ଦେଇଥିଲେ , କହିଥିଲେ – ମୁଁ ଏହି ବିଷୟରେ କିଛି କହିବାକୁ ଚାହୁଁନି। ମୁଁ ନିଜର ପର୍ସନାଲ ଜୀବନରେ କଥା ହେବାକୁ ପସନ୍ଦ କରେନାହିଁ । ମୋତେ ବୁଝା ପଡ଼ୁନି କିଏ ଏହି ଖବର ଲେଖିଛି । ସେ କେଉଁଠୁ ଜାଣିଲେ । ତାଙ୍କୁ ମୁଁ କହିବି ମୋତେ ବି ତ କହିଦିଅ କିଏ ଏହି ନିଷ୍ପତ୍ତି ନେଲେ । କେବେ ଓ କେଉଁଠି ।