PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ଅର୍ଡର ଅନୁସାରେ ଲାଗୁ ହୋଇଛି କହିଲେ ଅରୁଣ ବୋଥ୍ରା

ଭୁବନେଶ୍ଵର, ୨୯/୦୯ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣା। ପ୍ରତିକ୍ରିୟା ରଖିଲେ ପରିବହନ କମିଶନର ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଏହା ଲାଗୁ ହୋଇଛି। ଓଡ଼ିଶା ସରକାର ଏହାର ଅର୍ଡର ଦେଇ ନାହାଁନ୍ତି। ୨୨ ରୁ ୨୬ଟି ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁଛି।

ତେବେ ସ୍ଲଟ ବୁକିଂ ପାଇଁ ସ୍ଲଟ ମିଳୁ ନଥିବା ଅଭିଯୋଗ ପ୍ରସଙ୍ଗରେ ଅରୁଣ ବୋଥ୍ରା କହିଛନ୍ତି ଯେ, ଗତକାଲି ସୁଦ୍ଧା ୧୯ ଲକ୍ଷ ଲୋକ ବୁକିଂ କରିଛନ୍ତି। ୪୦ ଲକ୍ଷ ଗାଡି ସ୍ଲଟ ବୁକିଂ କରିବେ। ଡେଡ୍‌ଲାଇନ ବଢ଼େଇବା କଥା ଏବେ କହି ହେବନି। ହାଇକୋର୍ଟ ଅର୍ଡର ଦେଲେ ବଢିବ। ନମ୍ବର ପ୍ଲେଟର କ୍ୱାଲିଟି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି କିଛି କାହାର ଅସୁବିଧା ହେଉଛି ପରବହନ ବିଭାଗକୁ ଜଣାନ୍ତୁ।