PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଭାରତ ଫେରିଲେ ଅରୁଣ ଜେଟ୍‌ଲୀ

ଦିଲ୍ଲୀ,୯ା୨(ଏଜେନ୍ସି): ଚିକିତ୍ସା ପାଇଁ ଆମେରିକାରେ ଥିବା କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶନିବାର ଭାରତ ଫେରିଆସିଛନ୍ତି । ଘରକୁ ଫେରିଥିବାରୁ ମୁଁ ବେଶ୍‌ ଆନନ୍ଦିତ ବୋଲି ଫେରିବା ପରେ ଏହି ବରିଷ୍ଠ ବିଜେପି ନେତା ଟ୍ୱିଟର ଜରିଆରେ କହିଛନ୍ତି ।
ଡାକ୍ତରୀ ଚିକିତ୍ସା ପାଇଁ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱରୁ ସାମୟିକ ଭାବେ ବିରତି ନେଇଥିବା ଜେଟ୍‌ଲୀ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଷଷ୍ଠ ତଥା ଅନ୍ତିମ ବଜେଟ୍‌କୁ ଆଗତ କରିବାରେ ବିଫଳ ହୋଇଛନ୍ତି । ତାଙ୍କ ଅନୁପସ୍ଥିତିରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।
ଯଦିଓ ଜେଟ୍‌ଲୀ ଚିକିତ୍ସା ଯୋଗୁ ଆମେରିକାରେ ରହିଥିଲେ, ସେ ଟ୍ୱିଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ଥିଲେ । ଏପରିକି କେନ୍ଦ୍ର ମନ୍ତ୍ରୀ ବଜେଟ୍‌ ପରେ ନ୍ୟୁୟର୍କରୁ ଭିଡିଓ କଲ୍‌ ଜରିଆରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏପରିକି ଏ ପ୍ରସଙ୍ଗରେ ସେ ଭିଡିଓ କଲ୍‌ରେ ସାକ୍ଷାତ୍‌କାର ମଧ୍ୟ ଦେଇଥିଲେ । ଫେବ୍ରୁଆରୀ ୧ରେ ବଜେଟ୍‌ ଆଗତ ହେବା ପରେ ପିଟିଆଇକୁ ଏକ ସାକ୍ଷାତ୍‌କାରରେ ସେ କହିଥିଲେ, ସେ ସୁସ୍ଥ ହେବାରେ ଲାଗିଛନ୍ତି ଓ ଖୁବ୍‌ଶୀଘ୍ର ଭାରତ ଫେରିବେ ।
ସଫ୍ଟ ଟିସୁ କର୍କଟ ରୋଗ ପାଇଁ ସର୍ଜରୀ ଆବଶ୍ୟକ ପଡ଼ିବାରୁ ଗତମାସରେ ୬୬ ବର୍ଷୀୟ ଜେଟ୍‌ଲୀ ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ । ଏହାପୂର୍ବରୁ ୨୦୧୮ ମେ’ ୧୪ରେ ନୂଆଦିଲ୍ଲୀ ଏମ୍‌ସରେ ତାଙ୍କର ରେନାଲ୍‌ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ।

ସମ୍ବନ୍ଧିତ ଖବର