PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀଙ୍କ ଆକ୍ରମଣ,ଏନପିପି ବିଧାୟକଙ୍କ ସହିତ ୧୧ ମୃତ

ନୂଆଦିଲ୍ଲୀ,୨୧।୫: ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀମାନେ କରିଛନ୍ତି ଏକ ବଡ ଧରଣର ଆକ୍ରମଣ। ତିରପ ଜିଲ୍ଲାରେ ଉଗ୍ରବାଦୀମାନେ ଆକ୍ରମଣ କରି ଏନସିପି ବିଧାୟକଙ୍କ ସହିତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ବିଧାୟକଙ୍କ ପିଏସ୍ଓ(ସୁରକ୍ଷା ଅଧିକାରୀ)ଙ୍କୁ ମଧ୍ୟ ଗୁଳି ଲାଗିଛି ଓ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ସ୍ଥିତି ଖୁବ୍ ଗମ୍ଭୀର ହୋଇପଡିଛି।

ନିକଟରେ ବିଧାୟକ ତିରଙ୍ଗ ଅବୋ ଅବୋହ ଏନପିପିର ଟିକେଟରେ ବିଧାନସଭାରୁ ନିର୍ବାଚନ ଲଢିଥିଲେ। ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲାଣ୍ଡର ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟଣାରେ ସାମିଲ ରହିଛି।

ଏହି ଘଟଣା ସମ୍ପର୍କରେ ମେଘାଳୟର ମୁଖ୍ୟମନ୍ତ୍ରୀ କୋର୍ନାଡ ସଙ୍ଗମା ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏନପିପି ଏହି ଘଟଣାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇଛି ଓ ଏହା ଶୁଣିକି ଖୁବ୍ ଦୁଃଖ ଲାଗୁଛି। ଏହି ଆକ୍ରମଣରେ ବିଧାୟକ ତିରଙ୍ଗ ଅବୋ ଅବୋହଙ୍କ ମୃତ୍ୟୁ ହୋଇଛି। ବିଧାୟକଙ୍କ ଉପରେ ହୋଇଥିବା ଏହି ଆକ୍ରମଣର କଡା ନିନ୍ଦା କରୁଛି। ସେଭଳି କେନ୍ଦ୍ର ଗୃହମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ମୁଁ ଅରୁଣାଚଳରେ ଏମଏଲଏ ତ୍ରିରଙ୍ଗ ଆବୋହ, ତାଙ୍କର ପରିବାର ସହିତ ୧୧ ଜଣ ଲୋକଙ୍କ ନିର୍ମମ ହତ୍ୟାରେ ଖୁବ୍ ଦୁଃଖିତ। ଆକ୍ରମଣ କରୁଥିବା ଲୋକଙ୍କ ବିରୋହଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର