ବଲାଙ୍ଗୀରରେ ଅରୁନ୍ଧତୀ ଜୁଏଲର୍ସର ୨୩ ତମ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗୀର,୦୨/୦୭: ବଲାଙ୍ଗୀରରେ ପାଳନ ହେଲା ଓଡ଼ିଶାର ପ୍ରମୂଖ ସୁନାଗହଣା ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସର ୨୩ ତମ ବାର୍ଷିକ ଉତ୍ସବ। ଫ୍ଲାଗସିପ ଗହଣା ସୋରୁମରେ ଏହି ଉତ୍ସବ ପାଳନ କରାଯାଇଛି। ଏନେଇ ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀର ଏହି ସଫଳ ଯାତ୍ରା ବଲାଙ୍ଗିର ମାଟିରୁ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଓଡ଼ିଶାର ଏକ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଭାବେ ୭ ଟି ସହରରେ ସର୍ବୋତ୍ତମ ବ୍ରାଣ୍ଡ ଭାବେ ପରିଗଣିତ ହୋଇଛି ବୋଲି ସେ କହିଛନ୍ତି।
୨୩ ବର୍ଷ ଧରି ଅରୁନ୍ଧତୀ ସହ ରହିଥିବା ଗ୍ରାହକ ବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ସ୍ନେହ ଶ୍ରଦ୍ଧା ଏବଂ ଆଶୀର୍ବାଦ ଅରୁନ୍ଧତୀ ଏକ ନମ୍ୱର କରାଇଛି। ଏହି ୨୩ ତମ ବାର୍ଷିକ ଉତ୍ସବକୁ ଚିରସ୍ମରଣୀୟ କରିବା ପାଇଁ ଫ୍ଲାଟ ୨୩ ପ୍ରତିଶତ ସୁନାଗହଣା ଓ ରୂପା ଗଢ଼ାମଜୁରୀ ଉପରେ ଏବଂ ଫ୍ଲାଟ ୨୩ ପ୍ରତିଶତ ହୀରା ମୂଲ୍ୟ ଉପରେ ରିହାତି ରଖାଯାଇଛି। ଯାହା କେବଳ ବଲାଙ୍ଗୀର ଶାଖା ଉପରେ ଉପଲବଧ।