PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଭୁବନେଶ୍ୱର ଲୋକସଭା: ଅରୂପଙ୍କ ନାଁରେ ମୋହର !

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ଭୁବନେଶ୍ୱର ଲୋକସଭା ପାଇଁ କିଏ ହେବ ବିଜେଡି ପ୍ରାର୍ଥୀ? ଏହାକୁ ନେଇ ବେଶ୍‌ କିଛିଦିନ ହେବ ଘଣ୍ଟାଚକଟା ଚାଲିଥିଲା ବିଜେଡି ଶିବିରରେ । ଏଭଳି ଅନିଶ୍ଚିତତା ଭିତରେ ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକଙ୍କ ନାମ ଉପରେ ମୋହର ବାଜିଥିବା ଶୁଣିବାକୁ ମିଳିଛି । ସେ ଲୋକସଭା ପ୍ରାର୍ଥୀ ହେବା ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି । ତେବେ ଏହି ଚର୍ଚ୍ଚାକୁ ନେଇ ଦଳର ବିଭିନ୍ନ ଶିବିର ଭତିରେ ଚାପା ଗୁଞ୍ଜରଣ ସଷ୍ଟୃ ହୋଇଛ । ଏଥର ଭୁବନେଶ୍ୱର ଲୋକସଭା ଆସନ ପୂରା ଫୋକସ୍‌ରେ ରହିଛି । ଆଇଏଏସ୍‌ ଚାକିରି ଛାଡ଼ି ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶିବା ପରେ ସିଧା ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ମଇଦାନକୁ ଓହ୍ଲାଇଛନ୍ତି ।

ସମସ୍ତ ୭ଟି ଯାକ ବିଧାନସଭା କ୍ଷେତ୍ରର କଲୋନି, ଗାଁ ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି ଅପରାଜିତା । ତେଣୁ ଏଥର ଲଢ଼େଇ ଜୋରଦାର ହେବା ସମ୍ଭାବନା ରହିଛି । ଏହି ଆଶଙ୍କାରେ ପ୍ରଥମ ଥର ପାଇଁ ବିଜେଡି ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଚୟନ ଲାଗି ବହୁ ବିଚାର ବିମର୍ଷ କରିଛି । ୪ ଥର ବିଧାୟକ ରହିବା ସହ ଭୁବନେଶ୍ୱର ଲୋକସଭା ଆସନରୁ ଲଗାତାର ୫ ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରିପିଟ୍‌ କରି ଦଳ ରିକ୍ସ ନେବାକୁ ଚାହୁଁ ନଥିବାବେଳେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ଅବସରପ୍ରାପ୍ତ ଓଡ଼ିଆ ଆଇପିଏସ୍‌ ଅରୂପ । ତାଙ୍କୁ ନେଇ ବେଶ୍‌ କିଛିଦିନ ଚର୍ଚ୍ଚା ହୋଇଥିବାବେଳେ ଅପରାଜିତାଙ୍କୁ କ୍ରେଜ୍‌ ବଢ଼ୁଥିବା ଦେଖି ଦଳ ବିକଳ୍ପ ଚିନ୍ତା କରିଥିଲା । ପରେ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଏହାବାଦ୍‌ ବି ଆଉ ୨/୩ଟି ଯୁବ ଚେହେରା ନଜରକୁ ଆସିଥିଲେ । ତଥାପି କିଛି ସ୍ଥିର ହୋଇନଥିବାବେଳେ ପାଟ୍ଟଶାଣୀ ପୁଣି ଲବି ଆରମ୍ଭ କରି ଦେଇଥିଲେ । ତାଙ୍କ ନାଁ ବି ପୁଣି ଥରେ ରେସ୍‌କୁ ଆସିଥିଲା ।

ତେବେ ସୋମବାର ରାତିରେ କ’ଣ ହେଲା କେଜାଣି ଅଚାନକ୍‌ ଭୁବନେଶ୍ୱର ଲୋକସଭା ପାଇଁ ଅରୂପ ନାମରେ ମୋହର ବାଜିଥିବା ଶୁଣିବାକୁ ମିଳିଛି । ଯଦିଓ ଏ ନେଇ ବିଧିବଦ୍ଧ ଘୋଷଣା ହୋଇନି, ତେବେ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇ ପଡ଼ିଛନ୍ତି ଅରୂପ । ଏକାମ୍ର ନିର୍ବାଚନମଣ୍ଡଳୀର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଜେଡିର ‘ଘରେ ଘରେ ଶଙ୍ଖ ଅଭିଯାନ’ରେ ସାମିଲ ହୋଇଛନ୍ତି ଅରୂପ । ଲୋକଙ୍କ ସହ ମିଶିଛନ୍ତି, ବିଜେଡି କଥା କହିଛନ୍ତି । ଅରୂପଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ବି ଆଜି କାର୍ଯ୍ୟକ୍ରମରେ ସାମିଲ ଥିଲେ । ଅରୂପଙ୍କ ସମର୍ଥନରେ ବହୁ ପୂର୍ବତନ କର୍ପୋରେଟର ବି ବାହାରିଲେଣି ।
କିନ୍ତୁ, ଅରୂପଙ୍କ ପ୍ରାର୍ଥୀତ୍ୱକୁ ନେଇ ଗୁଞ୍ଜରଣ ହେଉଛି, ଅପରାଜିତାଙ୍କ କ୍ରେଜ୍‌ ବଢ଼ୁଥିବାବେଳେ ଅରୂପଙ୍କ ମୁହଁ ଲୋକଙ୍କ ନିକଟରେ ବିଶେଷ ପରିଚିତ ନୁହେଁ । ଭୁବନେଶ୍ୱର ଲୋକସଭା ଆସନ ବିଜେଡିର ଗଡ଼ ରହିଥିବାବେଳେ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ । ଏଥର ସ୍ଥିତି ବଦଳିଥିବାବେଳେ ଅଧିକ େ‘ାକସ୍‌ ନ ଦେଲେ ଏହି ଗଡ଼ ଭାଙ୍ଗିଯାଇପାରେ । ସମ୍ଭବତଃ ଆସନ୍ତାକାଲି ବିଜେଡି ଭୁବନେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ।