PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ତାଜମହଲ ନଥିଲେ ୪୦ ଟଙ୍କା ପ୍ରତି ଲିଟର ହୁଅନ୍ତା ପେଟ୍ରୋଲ ଦର ! ଓୱେସୀ କାହିଁକି ଦେଲେ ଏଭଳି ବୟାନ    

pic- internet

ନୂଆଦିଲ୍ଲୀ: ‘ପେଟ୍ରୋଲ ଦର ବୃଦ୍ଧି ପାଇଁ ତାଜମହଲ ଦାୟୀ। ବେରୋଜଗାର, ଦରଦାମ ବୃଦ୍ଧି ପାଇଁ ଶାହାଜାହାନ ଦାୟୀ। ବେରୋଜଗାର ପାଇଁ ଆକବର ଦାୟୀ’ । ଏଭଳି ଅଜବ ଯୁକ୍ତି କରି ବିଜେପି ଉପରେ ବର୍ଷିଛନ୍ତି AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ।

ସେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ତାଜମହଲ ନିର୍ମାଣ ହୋଇନଥିଲେ ଆଜି ପେଟ୍ରୋଲ ଦର ବୃଦ୍ଧି ହୋଇନଥାନ୍ତା। ଓୱେସୀ କହିଛନ୍ତି, ଶାହାଜାହାନ ତାଜମହଲ ନିର୍ମାଣ କରିପାରିନଥିଲେ ପେଟ୍ରୋଲ ଲିଟର ପ୍ରିତ ଦର ୪୦ ଟଙ୍କା ହୋଇଥାନ୍ତା।

ଦେଶରେ ଯୁବ ବର୍ଗ ବେରୋଜଗାର, ଦରଦାମ ଆକଶ ଛୁଆଁ,ଡିଜେଲ ଲିଟର ପ୍ରତି ୧୦୨ ଟଙ୍କା ହୋଇଛି। ଏଥିପାଇଁ ଔରଙ୍ଗଜେବ ଦାୟୀ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି। ସେହିଭଳି ବେରୋଜଗାର ପାଇଁ ଆକବର ଦାୟୀ ବୋଲି ବିଜେପିକୁ ଟାର୍ଗେଟ କରି ଓୱେସୀ କହିଛନ୍ତି। ସେ ଆହୁରି କହିଛନ୍ତି, ପେଟ୍ରୋଲ ୧୦୪ ରୁ ୧୧୫ ଟଙ୍କା ହୋଇଛି ଆଉ ଏଥିପାଇଁ ଯିଏ ତାଜମହଲ ନିର୍ମାଣ କରିଛି ସେ ଦାୟୀ।

ସେ କହିଛନ୍ତି, ‘ଶାହାଜାନ ତାଜମହଲ ଓ ଲାଲ କିଲ୍ଲା ନିର୍ମାଣ କରି ଭୁଲ କରିଛନ୍ତି। ଯଦି ଏହି ପଇସା ରହିଥାନ୍ତା ତେବେ ୨୦୧୪ ରେ ମୋଦୀଙ୍କୁ ଦେବାର ଆବଶ୍ୟକ ଥିଲା। ସବୁ ପ୍ରସଙ୍ଗରେ ସେ କହୁଛନ୍ତି ମୁସଲମାନ ଦାୟୀ, ମଗଲ ଦାୟୀ।‘ ଓୱେସୀ କହିଛନ୍ତି, ଆମେ ମୁହମ୍ମଦ ଅଲ୍ଲି ଜିନ୍ନାଙ୍କ ପ୍ରସ୍ତାବକୁ ଖାରଜ କରିଥିଲୁ। ଏବଂ ଏହି ବର୍ଷ ୭୫ ତମ ବାର୍ଷିକୀ ପାଳନ କରିବୁ। ଏହି ଦେଶରେ ୨୦ କୋଟି ମୁସଲମାନ ତାଙ୍କ ପୂର୍ବପୁରୁଷମାନେ ଜିନ୍ନାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଭାରତରେ ରହିଲେ।     

ସେ ଆହୁରି କହିଛନ୍ତି, ଭାରତ ଆମର ସୁନ୍ଦର ଦେଶ। ଆମେ ଭାରତ ଛାଡ଼ିବୁ ନାହିଁ। ଆମକୁ ଦେଶରୁ ବାହାର କରିବା ପାଇଁ ଯେତେ ଚେଷ୍ଟା କରନ୍ତୁ। ଆମେ ଏହି ଦେଶରେ ରିହିବୁ ଏହି ମାଟିରେ ମରିବୁ।