ନୂଆଦିଲ୍ଲୀ,୦୩/୧୦: ଦେଶରେ 'ଆଇ ଲଭ ମୋହମ୍ମଦ' ପୋଷ୍ଟରକୁ ନେଇ ବିବାଦ ତେଜୁଛି । ଏହାକୁ ନେଇ ଉତ୍ତରପ୍ରଦେଶ ବରେଲି ହାଇଆଲର୍ଟରେ ରହିଛି । ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମସଜିଦରେ ନମାଜ ପାଠ ପୂର୍ବରୁ ଉତ୍ତେଜନା ମଧ୍ୟରେ ଇଣ୍ଟରନେଟ୍  ବନ୍ଦ, ରାସ୍ତା ଶୂନଶାନ ହୋଇଛି । ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । 'ଆଇ ଲଭ ମୋହମ୍ମଦ' ପୋଷ୍ଟର ବିବାଦକୁ ନେଇ ପ୍ରଦର୍ଶନ ବାତିଲ ହେବା ପରେ ଗତ ସପ୍ତାହରେ ସହରରେ ହିଂସା ଦେଖା ଦେଇଥିଲା । ଏହାକୁ ନେଇ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ୱୱେସି । ସେ କହିଛନ୍ତି, ଦେଶରେ  'ଆଇ ଲଭ ମୋଦି' କହିବା ଠିକ୍ ହେଲେ  'ଆଇ ଲଭ ମୋହମ୍ମଦ' ନୁହେଁ ।

​​​​​​​ବିବାଦକୁ ନେଇ ଅସଦ୍ଦୁଦିନ ୱୱେସି କହିଛନ୍ତି, ''ଆମେ ହିଂସାର ନିନ୍ଦା କରୁଛୁ । କିଛି ଭିଡିଓରେ ପୁଲିସ ଲାଠିଚାର୍ଜ କରୁଥିବା ଦେଖିବାକୁ ମିଳିଛି । ଦୋକାନୀ ସେମାନଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି । ଆମକୁ ଏହା ଧ୍ୟାନ ଦେବାକୁ ହେବ କି ପୁଲିସ କେବଳ ସତ୍ତାରେ ବସିଥିବା ଲୋକଙ୍କ ପ୍ରତି ଉତ୍ତରଦାୟୀ ଅନ୍ୟ କାହା ପାଇଁ ନୁହେଁ । ସମ୍ଭଲ ମସଜିଦକୁ ନେଇ ମାମଲା ଚାଲିଛି । ଆମର ମସଜିଦ ଛଡାଇ ନିଆଯାଉଛି । ଏହି ଦେଶରେ 'ଆଇ ଲଭ ମୋଦି' କହିବା ଠିକ୍ ହେଲେ 'ଆଇ ଲଭ ମୋହମ୍ମଦ' କୁହାଯାଇପାରିବ ନାହିଁ । ତୁମେ ଏହି ଦେଶକୁ କେଉଁଆଡେ ନେଇ ଯାଉଛି ? 'ଆଇ ଲଭ ମୋଦି' କହିଲେ ସମସ୍ତେ ଖୁସି ହେଲେ ଯଦି କେହି 'ଆଇ ଲଭ ମୋହମ୍ମଦ' କହୁଛି ତେବେ ତାର ବିରୋଧ କରାଯାଉଛି । ଯଦି ମୁଁ ମସଲମାନ ତେବେ ମୋହମ୍ମଦଙ୍କ ପାଇଁ । ତାଙ୍କ ଉପରେ ଏବଂ ପରେ କିଛି ନାହିଁ ଯିଏକି ୧୭ କୋଟି ଭାରତୀୟଙ୍କ ପାଇଁ ଯିଏ ଦେଶର ସ୍ୱାଧୀନତାରେ ଭାଗ ନେଇଥିଲେ । 

​​​​​​​ଅସଦ୍ଦୁଦିନ ୱୱେସି ଆହୁରି କହିଛନ୍ତି, '' ଆସାମରେ ୩ ହଜାର ମୁସଲମାନଙ୍କ ଘର ଛଡାଇ ନିଆଗଲା । ସେମାନଙ୍କ ଘର ସରକାରୀ ଜମିରେ ହୋଇଥିବା ଦାବି କରାଯାଇଥିଲା । ଆମକୁ ସ୍ଥିତି ନେଇ ଚିନ୍ତିତ ହେବା ଦରକାର ନାହିଁ । ଆମକୁ ଆଇନ ପରିସର ଭିତରେ ରହି କାମ କରିବାକୁ ହେବ । ଆଇନରୁ ନିଜ ହାତକୁ ନନେବା ଉଚିତ୍ । ଯେବେ ତୁମେ ଆଇନ ଭିତରେ କାମ କରିବ ସେବେ ଜାଣିବ ଆଇନ କେବଳ ବୁଢୀଆଣି ଜାଲ ଆଉ କିଛି ନୁହେଁ ।''