ତଫସିଲଭୁକ୍ତ ଜନଜାତିର ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ବିଫଳ: ମହାଅଧିବେଶନରେ ମତ ରଖିଲେ ଆସାମ ମୁଖ୍ୟମନ୍ତ୍ରୀ

ପୁରୀ ୨/୨: ପୁରୀ ତାଳବଣିଆା ସ୍ଥିତ ଇନଡ଼ୋର ଷ୍ଟାଡ଼ିୟମରେ ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ମହାଅଧିବେଶନରେ ଆମାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଯୋଗ ଦେଇ କହିଲେ, ଓଡ଼ିଶା ସରକାର ତଫସିଲଭୁକ୍ତ ଜନଜାତି ବିରୋଧି। ରାଜ୍ୟରେ ତଫସିଲଭୁକ୍ତ ଜନଜାତିର ଲୋକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଓଡ଼ିଶା ସରକାରଙ୍କୁ ଏହିପରି ଭାବେ ସମାଲୋଚନା କରିଛନ୍ତି ସୋନୋଓ୍ବାଲ ।
ସେ କହିଲେ ଯେ, ଓଡ଼ିଶା ସରକାର ତଫସିଲଭୁକ୍ତ ଜନଜାତିର ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ନୁହଁନ୍ତି। ରାଜ୍ୟରେ ତଫସିଲଭୁକ୍ତ ଜନଜାତିର ଲୋକେ ଉପଯୁକ୍ତ ସୁରକ୍ଷା ପାଉନାହାନ୍ତି ବୋଲି ସୋନୋଓ୍ବାଲ ଅଭିଯୋଗ କରିଛନ୍ତି।
ଏହି ଅଧିବେଶନେର କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଝାଡ଼ଖଣ୍ଡର ପୂବର୍ତନ ମୁଖ୍ୟମନ୍ତ୍ରୀ ଅଜୁର୍ନ ମୁଣ୍ଡା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ତଫସିଲଭୁକ୍ତ ଜାତି ଓ ଜନତାତିର ଲୋକଙ୍କ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଅଧିବେଶନରେ ସମଗ୍ର ଭାରତରୁ ୭୦ ଜଣ ସାଂସଦ, ୬୦ ଜଣ ପୂର୍ବତନ ସାଂସଦ, ବିଧାୟକ, କର୍ପୋରେଟର ଓ ଜନଜାତି ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ସାମିଲ୍ ହୋଇଛନ୍ତି । ଆସନ୍ତାକାଲି ରାଜ୍ୟର ଏକ ଲକ୍ଷ ଜନଜାତିଙ୍କୁ ନେଇ ଅଧିବେଶନ ସହ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଯୋଗଦେବେ । ଇନଡ଼ୋର ଷ୍ଟାଡ଼ିୟମ୍ ଭିତରେ ଓ ବାହାରେ ପୃଥକ୍ ପୃଥକ୍ ଭାବେ ଦୁଇଟି ସଭାସ୍ଥଳର ଆୟୋଜନ କରାଯାଇଛି ।