ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କଣ୍ଟାବାଞ୍ଜି ଷ୍ଟେସନରେ ରେଳ ଯାତ୍ରୀଙ୍କୁ ଲୁଟୁଥିଲେ, ୩ ଚୋରଙ୍କୁ କାବୁ କରି ପୁଲିସ ଜିମା ଦେଲେ ଲୋକେ

Published By : Rasmita Pradhan | July 17, 2025 2:43 PM

କଣ୍ଟାବାଞ୍ଜି/ତୁରେକେଲା, ୧୭/୦୭ : ରେଳ ଯାତ୍ରୀଙ୍କୁ ଲୁଟୁଥିଲେ। କାବୁ କରି ଉତ୍ତମ ମଧ୍ୟମ ଦେଲେ ଅଟୋ ଚାଳକ ସଙ୍ଘ ସଦସ୍ୟ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଏଭଳି ଘଟଣା ଘଟିଛି। ଷ୍ଟେସନ ଅଟୋ ଚାଳକ ସଙ୍ଘର ସଦସ୍ୟ ୩ ଜଣ ଚୋରଙ୍କୁ କାବୁ କରି ରେଳବାଇ ପୁଲିସ ଜିମା ଦେଇଛନ୍ତି। 

କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି। ଚୋରମାନେ କେତେବେଳେ ଯାତ୍ରୀଙ୍କ ସୁନା ଚେନ୍ ଝାମ୍ପି ନେଉଛନ୍ତି ତ ଆଉ କେତେବେଳେ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଉଛନ୍ତି। ଆଜି ଷ୍ଟେସନରେ ଜଣେ ଯାତ୍ରୀଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଲୁଟିବା ବେଳେ ଷ୍ଟେସନ ଅଟୋ ଚାଳକ ସଙ୍ଘର ସଦସ୍ୟ ୩ ଚୋରଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି। ୩ ଯୁବକଙ୍କୁ ରେଳବାଇ ପୁଲିସ ଜିମା ଦିଆଯାଇଛି। ୩ ଚୋରମାନେ ହେଲେ କଣ୍ଟାବାଞ୍ଜି ଆଶ୍ରମ ପଡାର ରାଧେ ସୁନା, ହିମାନ ସୁନା ଏବଂ ରାଇପୁର ଅଞ୍ଚଳର ସେଖ ଗୁଲାମ ମୁସ୍ତାଫା। କିଛି ଦିନ ପୂର୍ବରୁ ଏମାନେ ବରଗଡ଼ ଅଞ୍ଚଳର ଜଣେ ଯାତ୍ରୀଙ୍କ ଠାରୁ ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.