ନୂଆଦିଲ୍ଲୀ,୧୭।୭: ହମାସ ସହ ଇସ୍ରାଏଲର ଜାରି ରହିଛି ରକ୍ତାକ୍ତ ସଂଘର୍ଷ। ହେଲେ ଏହା ମଧ୍ୟରେ ଗାଜାରୁ ଶତାଧିକ ସଂଖ୍ୟାରେ ଗଧ ଚୋରାଇବାର ଚେଷ୍ଟା କରୁଛି ଇସ୍ରାଏଲ। ଏହି ଗଧକୁ ଚୋରି କରି ଗାଜାରୁ ଇସ୍ରାଏଲ ଅଣାଯାଉଛି। ସେଠାରୁ ଫ୍ରାନ୍ସକୁ ପଠାଯାଉଛି। ଗାଜାରେ ଟ୍ରାନ୍ସପୋର୍ଟ ପାଇଁ ଗଧ ଲାଇଫଲାଇନ୍ ଭାବରେ ଜଣାଯାଏ। ଇସ୍ରାଏଲୀ ମିଡିଆ ‘କାନ୍’ର ରିପୋର୍ଟ ଅନୁସାରେ, ଗାଜାରୁ ଗଧ ଲୁଟ୍ରେ ଇସ୍ରାଏଲୀ ସଂଗଠନ ସହ ୟୁରୋପୀୟ ସଂସ୍ଥା ସହ ଫ୍ରାନ୍ସ ଓ ବେଲଜିୟମର ସଂସ୍ଥା ବି ସାମିଲ ହୋଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲୀ ସୈନିକ ଗଧକୁ ଗାଜାର ସେହି ଅଞ୍ଚଳରୁ ଲୁଟ୍ କରୁଛି, ଯେଉଁଠି ସେ ଆକ୍ରମଣ କରିଥିଲା।
ଏହି ଗଧଙ୍କୁ ଚିକିତ୍ସା କରିବା ବାହାନାରେ ସେଠାରୁ ବାହାର କରିଥିଲା ଇସ୍ରାଏଲ। ମିଡିଲି ଇଷ୍ଟ ମନିଟର ଓ୍ବେବସାଇଟ୍ର ରିପୋର୍ଟ ଅନୁସାରେ, ଗଧ ଗୁଡିକୁ ପାଲେଷ୍ଟନୀୟ ମାଲିକମାନେ ଉପଯୁକ୍ତ ଯତ୍ନ ନେଉ ନାହାନ୍ତି, ତେଣୁ ଆମେ ଚିକିତ୍ସା ପାଇଁ ନେଇଛୁ ବୋଲି କହିଛି ଇସ୍ରାଏଲ। ତେବେ ଅନ୍ତର୍ଜାତୀୟ ଆଇନ ଅନୁସାରେ, ସଶସ୍ତ୍ର ସଂଘର୍ଷ ବେଳେ କୌଣସି ସାଧାରଣ ନାଗରିକଙ୍କ ସମ୍ପତ୍ତିକୁ ଜବତ କରିବା ଯୁଦ୍ଧ ଅପରାଧ। କାରଣ ରିପୋର୍ଟରେ କୁହାଯାଇଛି, ଗଧକୁ ପୂର୍ବରୁ ମୋଶାଭ ହାରୋଟ ନିଆଯାଉଛି, ଯାହାକି ତେଲ ଅଭିଭର ଦକ୍ଷିଣରେ ରହିଛି।
‘କାନ୍’ ରେ କୁହାଯାଇଛି ୧୮ ମଇରୁ ୫୮ ଗଧଙ୍କୁ ଇସ୍ରାଏଲର ଗୁରିୟନ ଏୟାରପୋର୍ଟରୁ ବେଲଜିୟମ୍ ପହଁଞ୍ଚାଯାଇଥିଲା ଓ ସେଠାରୁ ପୁଣି ଫ୍ରାନ୍ସ ଓ ବେଲଜିୟମ୍ର ସେଲ୍ଟର ହୋମ୍କୁ ଅଣାଯାଇଥିଲା। ଇସ୍ରାଏଲର ଏଭଳି କାର୍ଯ୍ୟକୁ ନେଇ ପାଲେଷ୍ଟାଇନ ନିନ୍ଦା କରିଛି। ପାଲେଷ୍ଟାନୀୟଙ୍କ କହିବା ଅନୁସାରେ, ଗାଜାର ବହୁ ରାସ୍ତା ଖରାପ ହୋଇ ସାରିଛି। ଏବେ ଗଧ କେବଳ ସେଠାରେ ପରିବହନର ଏକ ମାଧ୍ୟମ। ଏହା ଜରିଆରେ ଜିନିଷପତ୍ର ସହ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାରେ ଲୋକଙ୍କୁ ସୁବିଧା ହୁଏ। ଗାଜାରେ ଇନ୍ଧନର ଅଭାବ ରହିଛି। ଫଳରେ ସେଠାର ଲୋକଙ୍କ ପାଇଁ ଗଧ ସୁନାଠାରୁ ବି ଅଧିକ ମୂଲ୍ୟବାନ ହୋଇପଡିଛି। ଗାଜାରେ ୨୪ ଲକ୍ଷରୁ ଅଧିକ ଲୋକ ରୁହନ୍ତି। ଗାଜାର ଲୋକ ଗଧ ମାଂସ ଖାଇବ ବଞ୍ଚୁଛନ୍ତି। କିଛି ସମୟ ପୂର୍ବରୁ ଭାରତୀୟ ଟଙ୍କାରେ ଏକ ଗଧର ମୂଲ୍ୟ ପ୍ରାୟ ୬୪ ହଜାର ଟଙ୍କା ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି।